Latest Odisha News

ଟ୍ୱିନସିଟିରେ ଦିୱାଲୀ: ରାତି ୧୦ଟା ପରେ ବାଣ ଫୁଟାଇବା ମନା

କଟକ/ଭୁବନେଶ୍ୱର: ଦିପାବଳୀ ଉତ୍ସବ ଦିନ କେବଳ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇ ପାରିବେ ଟ୍ୱିନସିଟି ବାସିନ୍ଦା । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନିଦ୍ଦେଶାନାମା ଜାରି କରାଯାଇଛି । କଟକ ଓ ଭୁବନେଶ୍ୱର ବାସିନ୍ଦା ଏବର୍ଷ ଦିୱାଲୀରେ ମାତ୍ର ୨ ଘଣ୍ଟା ପର୍ଯ୍ୟନ୍ତ ବାଣ ଫୁଟାଇବେ ବୋଲି ଏହି ନିର୍ଦ୍ଦେଶନାମାରୁ ସୂଚନା ମିଳିଛି ।

ଏପରିକି ଆତସବାଜିରେ ଫୁଟାଯାଉଥିବା ବାଣ ଗୁଡ଼ିକର ଶବ୍ଦ ୧୨୫ ଡେସିବାଲରୁ ଅଧିକ ନହେବାକୁ ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ଚାଇନା ବାଣ ଫୁଟାଇବାରେ କମିଶନରେଟ ପୋଲିସ ମଧ୍ୟ କଟକଣା ଜାରି କରିଛନ୍ତି ।

ଏହାବ୍ୟତୀତ, ଏହି ଦୁଇଟି ବ୍ୟସ୍ତବହୁଳ ସହର ଦୁଇଟିରେ ଥିବା ସାଇଲେଣ୍ଟଜୋନ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ବାଣ ଫୁଟାଇବାକୁ ବାରଣ କରାଯାଇଛି । ବିଭିନ୍ନ ହସ୍ପିଟାଲ ଏବଂ ବିଦ୍ୟାଳୟ ନିକଟରେ ବାଣ ରୋଷଣୀ ଉପରେ କଟକଣା ଜାରି କରାଯାଇଛି ।

ଏହି ଗାଇଡ଼ଲାଇନର ଅବମାନନା କଲେ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.