Latest Odisha News

ଜୱାନରେ ଅଲ୍ଲୁ ଅର୍ଜୁନଙ୍କ କୌଣସି ଭୂମିକା ନାହିଁ, ସଞ୍ଜୟଙ୍କ କରିବେ କାମିଓ

ମୁମ୍ବାଇ: ପଠାନ ଫିଲ୍ମର ସଫଳତା ପରେ ଏବେ ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏଟଲୀ କୁମାର ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ସହ ବିଜୟ ସେତୁପତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବେ । ଏହା ବ୍ୟତୀତ ପୁଷ୍ପା ଫେମ ଅଲ୍ଲୁ ଅର୍ଜୁନଙ୍କ କାମିଓ ଥିବା ଖବର ପ୍ରକାଶ ପାଇଥିଲା । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅଲ୍ଲୁଙ୍କ ଏହି ଫିଲ୍ମରେ କୌଣସି ଭୂମିକା ନାହିଁ । ତାଙ୍କ ସହ ଏ ନେଇ ଯୋଗାଯୋଗ କରାଯାଇ ନ ଥିବା ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ସଞ୍ଜୟ ଦତ ଏହି ଫିଲ୍ମରେ କାମିଓ ରୋଲ କରିବେ । ଜୱାନ ପ୍ରଥମେ ଜୁନରେ ରିଲିଜ ହେବ ବୋଲି ସ୍ଥିର ହୋଇଥିଲା ।

ମାତ୍ର ଭିଏଫଏକ୍ସ କାର୍ଯ୍ୟ ଠିକ ଭାବେ ହୋଇ ନ ଥିବାରୁ ଏବେ ଏହାକୁ ୭ ସେପ୍ଟମ୍ବରରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ଜୱାନ ନେଇ ବିଭିନ୍ନ ଖବର ପ୍ରକାଶ ପାଇବାରେ ଲାଗିଛି । କେତେକ ୱେବସାଇଟରେ ଏଥିରେ ଶାହାରୁଖଙ୍କ ଡବଲ ରୋଲ ଥିବା କୁହାଯାଇଛି । ତେବେ ଫିଲ୍ମର କାହାଣୀ ସମ୍ପର୍କରେ ମେକର୍ସଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ । ଜୱାନ ପ୍ରତି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ସୃଷ୍ଟି ହେଉଥିବାରୁ ଏହା ଭଲ ବ୍ୟବସାୟ କରିବା ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.