Latest Odisha News

BREAKING NEWS

ଭକ୍ତଙ୍କ ପାଇଁ ଖୁସି ଖବର, ବିନା ସାର୍ଟିଫିକେଟରେ କରିହେବ ଜଗା ଦର୍ଶନ

ପୁରୀ: ଫେବ୍ରୁଆରୀ ୨୧ରୁ ବିନା କୋଭିଡ ସାର୍ଟିଫିକେଟରେ କରି ହେବ ଜଗା ଦର୍ଶନ । ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଛି । ନୀଳାଦ୍ରୀ ଭକ୍ତ ନିବାସ ନିକଟରେ ଏହି ବୈଠକ ହୋଇଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରୁଥିଲେ । ରାଷ୍ଟ୍ରପତି ପୁରୀ ଗସ୍ତ ବେଳେ ଶ୍ରୀମନ୍ଦିର ଯାଇ କିଭଳି ସୁବିଧାରେ ଜଗା ଦର୍ଶନ କରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା ।

ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥାକୁ କୋହଳ କରିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ପୁରୀ ଜିଲ୍ଲାପାଳ, ଛତିଶା ନିଯୋଗର ପ୍ରତିନିଧି, ପରିଚାଳନା କମିଟି ସଦସ୍ୟ ଓ ଶ୍ରୀନ୍ଦିର ପ୍ରଶାସନର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.