Latest Odisha News

ଏଥର ବି ଆଇପିଏଲରେ ଖେଳିବା ସୁଯୋଗ ପାଇଲେନି ଅର୍ଜୁନ, ଆର ବର୍ଷକୁ ଅପେକ୍ଷା

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ଏଥର ବି ଆଇପିଏଲରେ କୌଣସି ମ୍ୟାଚ ଖେଳିବା ସୁଯୋଗ ମିଳିଲା ନାହିଁ । ଶନିବାର ମୁମ୍ବାଇ ଇଣ୍ଡିଆନ୍ସର ଶେଷ ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳି ନ ଥିଲା । ୨ଟି ସିଜନରେ ୨୭ ମ୍ୟାଚ ସେ କେବଳ ବେଂଚରେ ବସି କାଟିଛନ୍ତି । ଆଇପିଏଲ ପଦାର୍ପଣ ପାଇଁ ତାଙ୍କୁ ଆସନ୍ତା ବର୍ଷକୁ ଅପେକ୍ଷା କରିବାକୁ ପଡିବ । ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ଏଥର ୩୦ ଲକ୍ଷରେ କିଣିଥିଲା । ୨୩ ବର୍ଷୀୟ ଅର୍ଜୁନ ବାମହାତୀ ପେସ ବୋଲର ସହ ଉପଯୋଗୀ ବ୍ୟାଟିଂ ମଧ୍ୟ କରିଥାନ୍ତି ।

୨୦୨୧ରେ ବେସ ପ୍ରାଇସରେ ମୁମ୍ବାଇ ତାଙ୍କୁ ଟିମରେ ରଖିଥିଲା । ଅବଶ୍ୟ ଏହା ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଜଡିତ ରହି ଅଭ୍ୟାସ କରୁଥିଲେ । ମୁମ୍ବାଇ ଟିମ୍ ମ୍ୟାନେଜମେଂଟ ଡେଭାଲ୍ଡ ବ୍ରେବିସ ଓ ରିତିକ ଶୌକିନଙ୍କ ସ୍ଥାନରେ ଟ୍ରିଷ୍ଟାନ ଷ୍ଟବ୍ସ ଓ ସଞ୍ଜୟ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରଥିଲେ ।

Leave A Reply

Your email address will not be published.