Latest Odisha News

BREAKING NEWS

ଯାତ୍ରୀବାହୀ ଯାନ ଲାଗି ୩ ମାସର ‘ରୋଡ୍ ଟ୍ୟାକ୍ସ’ ଛାଡ଼ କଲେ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର କରୋନା ମହାମାରୀ ଲାଗି ଯାତ୍ରୀବାହୀ ଯାନ ଲାଗି ୩ ମାସର ରୋଡ଼ ଟ୍ୟାକ୍ସ ଛାଡ଼ କରିଛନ୍ତି, ଏସମ୍ପର୍କରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା ହୋଇଛି ।

ଅଧିକ ପଢନ୍ତୁ – କ୍ୟାବିନେଟ୍ ଅନୁମୋଦନ: ସମ୍ମାନିତ ହେବେ ‘କରୋନା ଯୋଦ୍ଧା’, ଗ୍ରାମାଞ୍ଚଳ ଜୀବିକା ସୁରକ୍ଷା ଲାଗି ୧୭ ହଜାର କୋଟି ମଞ୍ଜୁର

ମିଳିଥିବା ସୂଚନାନୁଯାୟୀ, ଏପ୍ରିଲ୍ ମାସ ୨୦୨୦ରୁ ଜୁନ ମାସ ଯାଏଁ ୩ ମାସର ରୋଡ଼ ଟ୍ୟାକ୍ସ ସରକାର ଛାଡ଼ କରିଛନ୍ତି । ପୂର୍ବରୁ ସରକାର ରୋଡ଼ ଟ୍ୟାକ୍ସ ଛାଡ଼ କରିବା ଲାଗି ପ୍ରତିଶୃତି ଦେଇଥିଲେ ଏବେ ରାଜ୍ୟ ସରକାର ତାଙ୍କ କଥା ମଧ୍ୟ ରଖିଛନ୍ତି ।

ଅଧିକ ପଢନ୍ତୁ: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ

ଘରୋଇ ବସ ମାଲିକ ସଂଘ ପୂର୍ବରୁ କରୋନା ମହାମାରୀ ଲାଗି ରୋଡ଼ ଟ୍ୟାକ୍ସ ଛାଡ଼ କରିବା ଲାଗି ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।

ପରିବହନ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ପ୍ରକାଶିତ ହେବା ପରେ ଘରୋଇ ବସ୍ ମାଲିକ ସଂଘରେ ଆନନ୍ଦ ପ୍ରକାଶ ପାଇଛି ।

Leave A Reply

Your email address will not be published.