Latest Odisha News

BREAKING NEWS

କାଲିଠୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ରହିବ ନାହିଁ

ଭୁବନେଶ୍ୱର : ଗଂଜାମରେ କୋଭିଡ୧୯ ପରିସ୍ଥିତି ଦିନକୁ ଦିନ ଜଟିଳ ହବୋରେ ଲାଗିଛି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଇଷ୍ଟକୋଷ୍ଟ ରେଳବାଇକୁ ଆସନ୍ତାକାଲିଠାରୁ ଗଂଜାମର କୌଣସି ଷ୍ଟେସନରେ ଟ୍ରେନ ନ ଅଟକାଇବାକୁ ଅନୁରୋଧ କରିଛନ୍ତି । ଏଥି ସହ ବାଲୁଗାଁ ଷ୍ଟେସନରେ ମଧ୍ୟ ଟ୍ରେନ ଅଟକିବ ନାହିଁ ।

ଏହି ଆଧାରରେ ଇଷ୍ଟକୋଷ୍ଟ ରେଳବାଇ କେତେକ ଟ୍ରେନକୁ ବାତିଲ କରିଛି । ଏଥି ସହ କେଉଁ କେଉଁ ଟ୍ରେନ ଗଂଜାମର ଷ୍ଟେସନରେ ରହିବ ନାହିଁ ତାହାର ତାଲିକା ପ୍ରକାଶ କରିଛି ।

 

ବାତିଲ ହୋଇଥିବା ଟ୍ରେନ

ଭୁବନେଶ୍ୱର-ବ୍ରହ୍ମପୁର –ଭୁବନେଶ୍ୱର ସାପ୍ତାହିକ ସ୍ପେଶାଲ ଟ୍ରେନ ଯାହା ଭୁବନେଶ୍ୱରରୁ ଆଜି ବାହାରିବାର ଥିଲା ଓ ବ୍ରହ୍ମପୁରରୁ ଆସନ୍ତାକାଲି ବାହାରିବାର ଥିଲା ତାକୁ ବାତିଲ କରାଯାଇଛି ।

ଟ୍ରେନ ରହଣି ଉପରେ ରୋକ

-ଭୁବନେଶ୍ୱର-ଛତ୍ରପତି ଶିବାଜୀ ଟର୍ମିନସ୍‌କୁ ଯାତାୟତ କରୁଥିବା ମୁମ୍ବାଇ-ଭୁବନେଶ୍ୱର ସ୍ପେଶାଲ ଯିବା ଓ ଆସିବା ସମୟରେ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁରରେ ଅଟକିବ ନାହିଁ ।

-ହାଓଡା- ସିକନ୍ଦରାବାଦ ଏକ୍ସପ୍ରେସ ବାଲୁଗାଁ ଓ ବ୍ରହ୍ମପୁର ଷ୍ଟେସନରେ ଯିବା ଆସିବା ସମୟରେ ରହିବ ନାହିଁ ।

Leave A Reply

Your email address will not be published.