Latest Odisha News

BREAKING NEWS

ବିନା ଓଟିପିରେ ହୋଇପାରିବ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକସନ; କିପରି ହେବ ଜାଣନ୍ତୁ

ନୂଆଦିଲ୍ଲୀ: ଦେଶର ଅନଲାଇନ କମ୍ପାନୀ ନିଜ ପ୍ଲାଟଫର୍ମରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ଆଉ ୱାନ ଟାଇମ ପାସୱାର୍ଡ ବା ଓଟିପି ଅଥେଣ୍ଟିକେଶନ ଦେବାକୁ ପଡିବନି |

କମ୍ପାନୀର ଏହି ପଦକ୍ଷେପ ଦ୍ୱାରା କାରବାର ଅଧିକ ସହଜ ହେବ | ଆପଣଙ୍କ ସୂଚନା ଅନୁସାରେ ଜଣାଉଛୁ ଯେ ଇ-କମର୍ସ ସାଇଟ ଫ୍ଲିପକାର୍ଟ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଓଟିପି ଅଥେଣ୍ଟିକେସନ କୁ ପୁରା ହଟାଇ ଦେଇଛି |

ସ୍ୱିଗୀ ସମେତ ଓଲା ଆଉ ଉବେର ଆଦି କମ୍ପାନୀ ଏହାକୁ ଅପଣାଇବାକୁ ପ୍ରସ୍ତୁତି ଚଳାଇଛି | ଅଶକରାଯାଉଛି ଯେ ଜଲ୍ଦି ସବୁ କମ୍ପାନୀ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ବିନା ଓଟିପିରେ କରିବେ |

ଭାରତୀୟ ରିଜର୍ଭ ବ୍ୟାଙ୍କରୁ ମିଳିଥିଲା ମଞ୍ଜୁରୀ:

ଆରବିଆଇ ଅନଲାଇନ ପେମେଣ୍ଟ କୁ ସରଳ କରିବାକୁ ଦେଶରେ ଓଟିପି ଅଥେଣ୍ଟିକେସନ କୁ ହଟାଇବାକୁ ମଞ୍ଜୁରୀ ଦେଇଥିଲେ | ପେଟିଏମ ର ଉପସଭାପତି ପୁନିତ ଜୈନ କହିଛନ୍ତି ଯେ ତାଙ୍କ କମ୍ପାନୀ ବିନା ଓଟିପିର କ୍ରେଡିଟ କାର୍ଡ ରୁ ପେମେଣ୍ଟ କରିବା ଉପରେ ପ୍ରସ୍ତୁତି ଚଳାଇଛି | ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ଏହି ସେବାକୁ ନେଇ ଅଫିସିଆଲ ଭାବେ କୌଣସି ସୂଚନା ଦେଇନାହିଁ |

ଅନଲାଇନ କାରବାର ର ତଥ୍ୟ ହେଲା ଜାରୀ:

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବର୍ତ୍ତମାନ ସମୟରେ ମାର୍କେଟ ରେ ୪୦ ପ୍ରତିଶତ କାରବାର ପେଟିଏମ ଦ୍ୱାରା ହେଉଛି | ଆଇଆରସିଟିସି ଠାରୁ ଲାଇଫଷ୍ଟାଇଲ ପର୍ଯ୍ୟନ୍ତ ପେମେଣ୍ଟ ପାଇଁ ପେଟିଏମ ସବୁଠୁ ବଡ଼ ପେମେଣ୍ଟ ମାଧ୍ୟମ ପାଲଟି ଯାଇଛି |

 

Leave A Reply

Your email address will not be published.