Latest Odisha News

BREAKING NEWS

ଚିନ୍ତାଜନକ ସ୍ଥିତିରେ ରିୟେଲ୍ ଇଷ୍ଟେଟର ଅବସ୍ଥା: ୩୦ ପ୍ରତିଶତ ହ୍ରାସ ପାଇଲା ବିକ୍ରି

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାରେ ଜାରି ରହିଥିବା ଖରାପ ଅବସ୍ଥା ମଧ୍ୟରେ ଦିଲ୍ଲୀ ସହିତ ଦେଶର ପ୍ରମୁଖ ନଅ ସହରରେ ଘର ବିକ୍ରି ବହୁତ ହ୍ରାସ ପାଇଛି । ଅକ୍ଟୋବରରୁ ଡିସେମ୍ବର ତ୍ରୟମସିକ ବିକ୍ରି ତଥ୍ୟ ଜାରୀ ହୋଇଛି। ପୂର୍ବ ବର୍ଷ ତୁଳନାରେ ଏହା ବହୁତ କମ ଅଛି।

ରିପୋର୍ଟ ଅନୁସାରେ, ୨୦୧୯-୨୦ ମସିହା ର ତ୍ରୟମାସିକ ରେ ନୋଏଡା ରେ ଘର ବିକ୍ରୀ ୩୮ ପ୍ରତିଶତ କମିଛି । ଏହା ମଧ୍ୟରେ ମାତ୍ର ୨,୮୩୦ ଘର ବିକ୍ରୀ ହୋଇଛି । ଦିଲ୍ଲୀ ରେ ସବୁଠୁ କମ ଅସର ଗୁରୁଗ୍ରାମ ର ରିୟଲ ଇଷ୍ଟେଟ ବଜାର ରେ ଦେଖିବାକୁ ମିଳିଛି । ଯେଉଁଠି ପୂର୍ବ ବର୍ଷ ତୃତୀୟ ତ୍ରୟମାସିକ ତୁଳନାରେ ବିକ୍ରୀ ୬ ପ୍ରତିଶତ କମି ୩,୮୩୪ ରେ ରହିଛି । ପ୍ରାପଟାଇଗର ଅନୁସାରେ ଏହି ଅବଧି ମଧ୍ୟରେ ଦେଶର ନଅ ସହର ରେ ଘର ବିକ୍ରୀ ୩୦ ପ୍ରତିଶତ କମ ରହିଛି ଓ ପାଖାପାଖି ୬୪ ହଜାର ବିକ୍ରୀ ହୋଇଛି । ପୂର୍ବ ବିତ୍ତ ବର୍ଷ ର ସମାନ ଅବଧି ରେ ମାତ୍ର ୯୧,୪୬୪ ଘର ବିକ୍ରୀ ହୋଇଛି ।

ରିପୋର୍ଟ ରେ କୁହାଯାଇଛି ଯେ ଚଳିତ ବିତ୍ତ ବର୍ଷର ଆରମ୍ଭ ର ନଅ ମାସ ରେ ଦେଶବ୍ୟାପୀ ଆବାସିକ ସମ୍ପତ୍ତି ବିକ୍ରୀ ୧୩ ପ୍ରତିଶତ କମିଛି । ଅପ୍ରେଲ- ଡିସେମ୍ବରରେ ୨,୨୮,୨୨୦ ବିକ୍ରୀ ହୋଇଛି।ବେଙ୍ଗାଳୁରୁ ଅଧା ରହିଗଲା ବିକ୍ରୀ ।

ଘର ବିକ୍ରୀ ରେ ସବୁଠୁ ଅଧିକ ହ୍ରାସ ବେଙ୍ଗାଲୁରୁ ରେ ହୋଇଛି । ଯେଉଁଠି ପୂର୍ବ ବର୍ଷ ତୁଳନାରେ ବିକ୍ରୀ ୫୦ ପ୍ରତିଶତ କମି ୫,୧୫୫ ରେ ରହିଲା ।ଦ୍ୱିତୀୟ ରେ ହାଇଦ୍ରାବାଦ ରହିଲା , ଯେଉଁଠି ପୂର୍ବ ବର୍ଷ ତୁଳନାରେ ୪୪ ପ୍ରତିଶତ କମି ୪,୩୭୨ ଘର ହୋଇଛି । ପୁନେଇ ମଧ୍ୟ ଅବସିୟ ବଜାର ୩୯ ପ୍ରତିଶତ ରହି ୧୧,୯୪୬ ବିକ୍ରି ହୋଇଛି। ଚେନ୍ନାଇ ଓ କୋଲକାତା ସହର ଇ ୩୩ ପ୍ରତିଶତ କମି କ୍ରମଶଃ: ୩,୦୧୫ ଓ ୨,୫୬୬ ଘର ବିକ୍ରୀ ହୋଇଛି । ମୁମ୍ବାଇ ରେ ମଧ୍ୟ ୧୮ ପ୍ରତିଶତ କମି ୨୫,୧୯୮ ରେ ରହିଛି ।

Leave A Reply

Your email address will not be published.