ନୂଆପଡା ଜିଲ୍ଲାକୁ ନୂଆ ପରିଚୟ ଦେଇ ସଭ୍ରାନ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ଆରମ୍ଭ ହୋଇଛି ପ୍ରବାସୀ ଶ୍ରମିକ ସଚେତନ କାର୍ଯ୍ୟକ୍ରମ । ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତ ବିଭାଗର ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ୧୦ ମାସ ମଧ୍ୟରେ ୪୧ଟି ସଚେତନ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସହ ଦାଦନ ରୋକିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ୬୦ ହଜାରୁ ଅଧିକ ଶ୍ରମିକ ମନରେଗାରେ କାମ କରି ସାରା ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କେବଳ ଏତିକି ନୁହେଁ ବନବିଭାଗ ତରଫରୁ ପକ୍ଷୀ ପାଇଁ ଦିନଟିଏ ଓ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜିଲ୍ଲାକୁ ସବୁଜ ସୁନ୍ଦର କରିବାରେ ସହାୟକ ହେଉଛି । ଦାଦନ ରୋକିବାକୁ ଜିଲ୍ଲାପାଳ ନିଜେ ଉଦାହରଣ ହୋଇଛନ୍ତି । ସେ କେତେବେଳେ କୋଦାଳ ଧରି ମାଟି ଖୋଳୁଛନ୍ତି ତ ଆଉ କେତେବେଳେ ନିଜେ ମାଟି ବୋହୁଛନ୍ତି । ଜିଲ୍ଲାରେ ମନରେଗା କାମରେ ଅଧିକରୁ ଅଧିକ ଶ୍ରମିକ କିପରି ନିୟୋଜିତ ହୋଇ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ସେ ବାବଦରେ ସଚେତନତା କରାଯାଇଛି । ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ ପଂଚାୟତରେ ବର୍ଦ୍ଧିତ ଜନଶୁଣାଣି କରି ପ୍ରବାସୀ ଶ୍ରମିକ ସଚେତନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ସରକାରଙ୍କ ସବୁ ଯୋଜନା କିପରି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ସେ ବାବଦରେ ସମସ୍ତ ଅଧିକାରୀଙ୍କୁ ଅବଗତ କରାଉଛନ୍ତି । ବରଗାଁ ପଂଚାୟତ କାସିପଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଏଭଲି ପ୍ରୟାସକୁ ସମସ୍ତେ ବେସ ପ୍ରସଂଶା କରିଛନ୍ତି ।
ଜିଲ୍ଲା ଭିତରେ ବିଭିନ୍ନ ବିଭାଗ ତରଫରୁ ଯେମିତି କୃଷି, ଉଦ୍ୟାନ, ଜଳବିଭିଷିକା, ଫରେଷ୍ଟ, ଜୀବିକା ମିଶନ, ଏମିତିକି ବିଭିନ୍ନ ବ୍ୟାଙ୍କରୁ ଲୋନ ନେଇ ସ୍ୱାବଲମ୍ବୀ ହେବାର ଉପାୟ କୁହାଯାଉଛି । ପରିବେଶ ସନ୍ତୁଳନ ସହ ସବୁଜ ସୁନ୍ଦର କରିବା ପାଇଁ ବନଭିଭାଗ ତରଫରୁ ଝିଅ ପାଇଁ ଗଛଟିଏ, ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ଗର୍ଭସ୍ଥ ଶିଶୁ ପାଇଁ ଗଛଟିଏ ନାରାରେ ଜିଲ୍ଲାରେ ଅନେକ ଚାରା ରୋପଣ କରାଯାଉଛି । ଏହାଦ୍ୱାରା ଜିଲ୍ଲାରେ ଗଛ ସଂଖ୍ୟା ବହୁତ ବୃଦ୍ଧି ପାଇବ ବୋଲି ଆଶା ରଖିଛି ପ୍ରଶାସନ । ସେପଟେ ଆଧୁନିକତାର ଚାକଚକ୍ୟରେ ଆଉ ଚଢେଇ ମାନଙ୍କ କିଚିରି ମିଚିରି ଶଦ୍ଦ ଶୁଣିବାକୁ ମିଳୁନାହିଁ । ସେମାନଙ୍କ ପାଇଁ ଖାଦ୍ୟ ଓ ଗଛରେ ବସା କରିବାର ସୁବିଧା ନଥିବାରୁ ଚଢେଇଙ୍କ ସଂଖ୍ୟା କମୁଛି । ଏହାର ସମାଧାନ ପାଇଁ ପ୍ରତି ଲୋକ ଘରର ଚତୁଃପାଶ୍ୱର୍ରେ ଚଢାଉ ମାନଙ୍କ ପାଇଁ ଖାଦ୍ୟ, ପାଣି ଦେବା ସହ ବସା ନିର୍ମାଣ କରିବାରେ ସହାୟକ ହୁଅନ୍ତୁ ବୋଲି କୁହାଯାଇଛି । ଜିଲ୍ଲା ପ୍ରଶାସନର ମୁଖିଆଙ୍କ ବଳିଷ୍ଠ ଉଦ୍ୟମରେ ଜିଲ୍ଲାର ସମସ୍ତ ଅଧିକାରୀ ଜିଲ୍ଲାକୁ ଉପାନ୍ତରୁ ସଭ୍ରାନ୍ତ କରିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି ।
BREAKING NEWS
- ମିସନ ଅଲିଭ ରିଡଲେ; ୭ ମାସ ପାଇଁ ମାଛ ଧରିବା ଉପରେ କଟକଣା
- ନଭେମ୍ବର ପହିଲାରୁ ବାଣିଜ୍ୟିକ ସିଲିଣ୍ଡର ଦାମ୍ ୧୦ ଟଙ୍କା ବୃଦ୍ଧି
- ୫୬ ବର୍ଷରେ ନୂଆ ଯାତ୍ରା ଆରମ୍ଭ କଲେ ଓମାର ଅବଦୁଲ୍ଲା
- “ବିମଳ ଇଲାଇଚି” ବିଜ୍ଞାପନ; ଏଫଡିଏର ନୋଟିସ୍ ବିରୋଧରେ କୋର୍ଟ ଗଲେ ଅଜୟ ଦେବଗନ
- ରାଜସ୍ଥାନ IAS-IPS ଦମ୍ପତିଙ୍କ ବେଆଇନ୍ ସମ୍ପତ୍ତି: ୩୬ଟି ଭିଲା ଏବଂ କୋଟି କୋଟି ଟଙ୍କାର କାରବାର ନେଇ ତଦନ୍ତ ଆରମ୍ଭ
- Lord Jagannath Land Recovered:ମହାପ୍ରଭୁଙ୍କ ୪୫୦ କୋଟି ଟଙ୍କାର ମୂଲ୍ୟବାନ ଜମି ଫେରିଲା
- Ganjam District Collector:ଗ୍ରାଉଣ୍ଡରେ ଜିଲ୍ଲାପାଳ…ରନ୍ଧାଖାଦ୍ୟ ବଣ୍ଟନ ବ୍ୟବସ୍ଥାର କଲେ ତଦାରଖ; ନିଜେ ଖାଇଲେ, ସୁବିଧାଅସୁବିଧା ପଚାରି ବୁଝିଲେ
- ରୋହିତ-ବିରାଟଙ୍କ ଜବରଦସ୍ତ ଅଭ୍ୟାସ: ୪ ନଭେମ୍ବରରୁ ଆରମ୍ଭ ହେବ ଦିନିକିଆ ସିରିଜ୍
- କନ୍ଧମାଳରେ ରବିବାର ଖୋଲା ରହିବ ସରକାରୀ କାର୍ଯ୍ୟାଳୟ
- ଓଡ଼ିଶାର ଚେସ୍ ପ୍ରତିଭା ପ୍ରଜ୍ଞାନ ମିଶ୍ରଙ୍କ କମାଲ: ୮ ବର୍ଷ ବୟସରେ ଜିତିଲେ ପ୍ରଥମ ଅନ୍ତର୍ଜାତୀୟ ପଦକ
Comments are closed.