Latest Odisha News

BREAKING NEWS

ସମୟ କହିବ କିଏ କାହାର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍

ଭୁବନେଶ୍ବର : ସମୟ କହିବ କିଏ କାହାରର ଚଳଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ୍ ହୋଇଛି । ଅନନ୍ୟା ଫିଲ୍ମ ପ୍ରେଜେଣ୍ଟ୍ସ ବ୍ୟାନରରେ ପ୍ରଭାତି ଆଚାର୍ଯ୍ୟଙ୍କ ଦ୍ବାରା ଏହି ଫିଲ୍ମ ଟି ନିର୍ମିତ ହୋଇଛି । ରମେଶ ସିଂ ଏହି ଚଳଚିତ୍ରର ସହ  ପ୍ରଯୋଜକ ଥିବାବେଳେ  ଭେଟେରାନ୍ ହାସ୍ୟ ଅଭିନତା ବ୍ରଜ ସିଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି  । ସେହିପରି ଏହା ଶାନ୍ତିରାଜ୍ ଖୋସଲା ଙ୍କ ସଙ୍ଗୀତ ସଂରଚନାରେ କରାଯାଇଥିବାବେଳେ ହ୍ୟୁମାନ ସାଗର, ଅସୀମା ପଣ୍ଡା, ଦିପ୍ତିରେଖା , ଇରା ମହାନ୍ତି ଏବଂ ଅନ୍ତରା ଚକ୍ରବର୍ତ୍ତୀ  ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି  ।

ଅଭିନେତା ଅମ୍ଳାନ୍ , ତ୍ରୁପ୍ତି ମିରାମ୍ବିକା , ଓମ୍ , ସୋନମ୍ , ବ୍ରଜ ସିଂ , ବିଜୟିନୀ ମିଶ୍ର  ପ୍ରଭୂଖଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ  । ଏହା ଏକ ପାରିବାରିକ ବିଷୟବସ୍ତୁ ଆଧାରିତ ଫିଲ୍ମ  । ଏଥିରେ ଅନେକ କମେଡି ସିନ୍ ମଧ୍ୟ ଆପଣ ମାନଙ୍କୁ ଦେଖିବାକୁ ମିଳିବ  । ୨୦୨୪ ରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି ।

Leave A Reply

Your email address will not be published.