Latest Odisha News

BREAKING NEWS

ଚନ୍ଦ୍ରପୁର ମେଡିକାଲ ଓ୍ବାଡେନଙ୍କ ହତ୍ୟାକାରୀକୁ ଧରିବା ଦାବିରେ ରାୟଗଡା ବନ୍ଦ

ରାୟଗଡା : ମା ଗୃହ ଓ୍ବାଡେନ୍ ଙ୍କ ଦରପୋଡା ମରଶରୀର ଉଦ୍ଧାର ଘଟଣାରେ ରାୟଗଡା ଜିଲ୍ଲା ବନ୍ଦ  । ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ୬ ଘଣ୍ଟିଆ ଜିଲ୍ଲା ବନ୍ଦ ପାଳନ କରାଯାଉଛି । ସକାଳ ୬ଟା ରୁ  ରାୟଗଡା ସହରର କପିଳାସ ଛକଠାରେ ରାସ୍ତା ଅବରୋଧ କରାଯାଇଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଯାନବାହନ ଅଟକି ରହିଛି । ଗତ ୨୧ ତାରିଖରେ ରାୟଗଡା ଚନ୍ଦ୍ରପୁର ମେଡିକାଲ ପରିସରରେ ଥିବା ମା ଗୃହ ଭିତରେ ଯୁବତୀଙ୍କ ଦରପୋଡା ମର ଶରୀର ଉଦ୍ଧାର ହୋଇଥିଲା ।

ମୃତକ ଲକ୍ଷ୍ମୀ ମାଝି ୫ ବର୍ଷ ହେବ ଆଲିସା ନାମକ ସ୍ବେଚ୍ଛାସେବୀ ସଂସ୍ଥା ଦ୍ବାରା ନିଯୁକ୍ତ ହୋଇ ଚନ୍ଦ୍ରପୁର ମା ଗୃହରେ ଓ୍ବାଡେନ୍ ଭାବରେ କାର୍ଯ୍ୟ କରୁଥିଲେ । ମୃତକ ଜଣ ଦିବ୍ୟାଙ୍ଗ ଥିଲେ  । ଏବଂ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଗତକାଲି କାଶିପୁର ବ୍ଳକ ଟିକିରି ଠାରେ ଦୋଷୀକୁ ଗିରଫ କରିବା ଦାବିରେ କାଶିପୁରରେ ଶୋଭାଯାତ୍ରା କରିଥିଲେ ଜିଲ୍ଲା ଆଦିବାସୀ ମହିଳା ସଂଘ ।

Leave A Reply

Your email address will not be published.