Latest Odisha News

BREAKING NEWS

ପୁରୁଷ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭା

କଥାବାର୍ତ୍ତାବେଳେ ଆମେ ଦେଖୁ, ଜଣେ କହୁଛି, ଜଣକୁ କହୁଛି ଏବଂ ଜଣକ ବିଷୟରେ କହୁଛି, ଯିଏ କହେ ସେ ନିଜକୁ ମୁଁ, ଆମେ, ଆମେମାନେ ଶବ୍ଦ ମାଧ୍ୟମରେ ପ୍ରକାଶ କରେ । ଏସବୁ ଶବ୍ଦକୁ ବ୍ୟାକରଣରେ ପ୍ରଥମ ପୁରୁଷ କୁହାଯାଏ । ସେମିତି ଯାହାକୁ କୁହାଯାଏ ତା’ ପାଇଁ ତୁ, ତୁମେ, ଆପଣ ଶବ୍ଦଗୁଡ଼ିକର ବ୍ୟବହାର ହୋଇଥାଏ । ଏସବୁ ଶବ୍ଦକୁ ଆମେ ବ୍ୟାକରଣରେ ଦ୍ୱିତୀୟ ପୁରୁଷ କହିଥାଉ । ଯାହା ବିଷୟରେ କୁହାଯାଏ ତା’ ପାଇଁ ଆମେ, ‘ସେ’, ‘ସେମାନେ’, ‘ଇଏ’, ‘ସିଏ’, ‘କିଏ’, ‘ଯେଉଁମାନେ’, ‘କେଉଁମାନେ’, ‘ଏମାନେ’ ଆଦି ଶବ୍ଦ ବ୍ୟବହାର କହୁ ।

ଏହାକୁ ଆମେ ତୃତୀୟ ପୁରୁଷ କହୁ । ତେଣୁ, ବ୍ୟାକରଣରେ ପୁରୁଷ ତିନି ପ୍ରକାରର – ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ ଓ ତୃତୀୟ ପୁରୁଷ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଏହି
ତିନିପ୍ରକାର ଭେଦରେ ପୁରୁଷର ବ୍ୟବହାର ହୋଇଥାଏ ।

ପ୍ରଥମ ପୁରୁଷ

ବିଭକ୍ତି ଏକବଚନ ବହୁବଚନ
ପ୍ରଥମା ମୁଁ ଆମେ, ଆମେମାନେ
ଦ୍ୱିତୀୟା ମୋତେ ଆମକୁ, ଆମମାନଙ୍କୁ
ତୃତୀୟା ମୋ’ଦ୍ୱାରା ଆମଦ୍ୱାରା, ଆମମାନଙ୍କଦ୍ୱାରା
ଚତୁର୍ଥୀ ମୋତେ ଆମକୁ, ଆମମାନଙ୍କୁ
ପଞ୍ଚମୀ  ମୋ’ଠାରୁ ଆମଠାରୁ, ଆମମାନଙ୍କଠାରୁ
ଷଷ୍ଠୀ ମୋର ଆମମାନଙ୍କର
ସପ୍ତମୀ ମୋ’ଠାରେ ଆମଠାରେ, ଆମମାନଙ୍କଠାରେ

ଦ୍ୱିତୀୟ ପୁରୁଷ

ବିଭକ୍ତି ଏକବଚନ ବହୁବଚନ

ପ୍ରଥମା ତୁ, ତୁମେ, ଆପଣ ତୁମେମାନେ, ଆପଣମାନେ
ଦ୍ୱିତୀୟା ମୋତେ, ତୁମକୁ ଆପଣଙ୍କୁ ତୁମମାନଙ୍କଦ୍ୱାରା, ଆପଣମାନଙ୍କଦ୍ୱାରା
ତୃତୀୟା ତୋ’ଦ୍ୱାରା, ତୁମ ଦ୍ୱାରା ଆପଣଙ୍କଦ୍ୱାରା ତୁମମାନଙ୍କ ଦ୍ୱାରା, ଆପଣମାନଙ୍କଦ୍ୱାରା
ଚତୁର୍ଥୀ ତୋତେ, ତୁମକୁ ଆପଣଙ୍କୁ, ତୁମମାନଙ୍କୁ, ଆପଣମାନଙ୍କୁ
ପଞ୍ଚମୀ ତୋ’ଠାରୁ, ତୁମଠାରୁ ଆପଣଙ୍କଠାରୁ ତୁମମାନଙ୍କଠାରୁ, ଆପଣମାନଙ୍କଠାରୁ
ଷଷ୍ଠୀ ତୋ’ର, ତୁମର ଆପଣଙ୍କର ତୁମମାନଙ୍କର, ଆପଣମାନଙ୍କର
ସପ୍ତମୀ ତୋ’ଠାରେ, ତୁମଠାରେ ଆପଣଙ୍କଠାରେ ତୁମମାନଙ୍କଠାରେ,ଆପଣମାନଙ୍କଠାରେ

ତୃତୀୟ ପୁରୁଷ

ବିଭକ୍ତି ଏକବଚନ ବହୁବଚନ

ପ୍ରଥମା ସେ, ତାହା, ଏ, ଏହା ସେମାନେ, ସେଗୁଡ଼ିକ, ଏମାନେ,ଏଗୁଡ଼ିକ
ଦ୍ୱିତୀୟା ତାକୁ, ତାଙ୍କୁ, ୟାକୁ, ୟାଙ୍କୁ ସେମାନଙ୍କୁ, ସେଗୁଡ଼ିକୁ, ଏମାନଙ୍କୁ,ଏଗୁଡ଼ିକୁ
ତୃତୀୟା ତାଦ୍ୱାରା, ତାଙ୍କଦ୍ୱାରା, ସେମାନଙ୍କଦ୍ୱାରା, ସେଗୁଡ଼ିକଦ୍ୱାରା,
ଏହାଦ୍ୱାରା, ଏହାଙ୍କଦ୍ୱାରା ଏମାନଙ୍କଦ୍ୱାରା, ଏଗୁଡ଼ିକଦ୍ୱାରା
ଚତୁର୍ଥୀ ତାକୁ, ତାଙ୍କୁ, ୟାକୁ, ୟାଙ୍କୁ ସେମାନଙ୍କୁ, ସେଗୁଡ଼ିକୁ, ଏମାନଙ୍କୁ,

ଏଗୁଡ଼ିକୁଦ୍ୱିତୀୟ ପୁରୁଷ

ବିଭକ୍ତି ଏକବଚନ ବହୁବଚନ

ପ୍ରଥମା ତୁ, ତୁମେ, ଆପଣ ତୁମେମାନେ, ଆପଣମାନେ
ଦ୍ୱିତୀୟା ମୋତେ, ତୁମକୁ ଆପଣଙ୍କୁ ତୁମମାନଙ୍କଦ୍ୱାରା, ଆପଣମାନଙ୍କଦ୍ୱାରା
ତୃତୀୟା ତୋ’ଦ୍ୱାରା, ତୁମ ଦ୍ୱାରା ଆପଣଙ୍କଦ୍ୱାରା ତୁମମାନଙ୍କ ଦ୍ୱାରା, ଆପଣମାନଙ୍କଦ୍ୱାରା
ଚତୁର୍ଥୀ ତୋତେ, ତୁମକୁ ଆପଣଙ୍କୁ, ତୁମମାନଙ୍କୁ, ଆପଣମାନଙ୍କୁ
ପଞ୍ଚମୀ ତୋ’ଠାରୁ, ତୁମଠାରୁ ଆପଣଙ୍କଠାରୁ ତୁମମାନଙ୍କଠାରୁ, ଆପଣମାନଙ୍କଠାରୁ
ଷଷ୍ଠୀ ତୋ’ର, ତୁମର ଆପଣଙ୍କର ତୁମମାନଙ୍କର, ଆପଣମାନଙ୍କର
ସପ୍ତମୀ ତୋ’ଠାରେ, ତୁମଠାରେ ଆପଣଙ୍କଠାରେ ତୁମମାନଙ୍କଠାରେ, ଆପଣମାନଙ୍କଠାରେ

ତୃତୀୟ ପୁରୁଷ

ବିଭକ୍ତି ଏକବଚନ ବହୁବଚନ

ପ୍ରଥମା ସେ, ତାହା, ଏ, ଏହା ସେମାନେ, ସେଗୁଡ଼ିକ, ଏମାନେ, ଏଗୁଡ଼ିକ
ଦ୍ୱିତୀୟା ତାକୁ, ତାଙ୍କୁ, ୟାକୁ, ୟାଙ୍କୁ ସେମାନଙ୍କୁ, ସେଗୁଡ଼ିକୁ, ଏମାନଙ୍କୁ, ଏଗୁଡ଼ିକୁ
ତୃତୀୟା ତାଦ୍ୱାରା, ତାଙ୍କଦ୍ୱାରା, ସେମାନଙ୍କଦ୍ୱାରା, ସେଗୁଡ଼ିକଦ୍ୱାରା, ଏହାଦ୍ୱାରା, ଏହାଙ୍କଦ୍ୱାରା ଏମାନଙ୍କଦ୍ୱାରା, ଏଗୁଡ଼ିକଦ୍ୱାରା
ଚତୁର୍ଥୀ ତାକୁ, ତାଙ୍କୁ, ୟାକୁ, ୟାଙ୍କୁ ସେମାନଙ୍କୁ, ସେଗୁଡ଼ିକୁ, ଏମାନଙ୍କୁ, ଏଗୁଡ଼ିକୁ
ପଞ୍ଚମୀ ତା’ଠାରୁ, ତାଙ୍କଠାରୁ, ସେମାନଙ୍କଠାରୁ, ସେଗୁଡ଼ିକଠାରୁ, ଏହାଠାରୁ, ଏହାଙ୍କଠାରୁ ଏମାନଙ୍କଠାରୁ, ଏଗୁଡ଼ିକଠାରୁ
ଷଷ୍ଠୀ ତାର, ତାଙ୍କର, ୟାର, ୟାଙ୍କର ସେମାନଙ୍କର, ସେଗୁଡ଼ିକର, ଏମାନଙ୍କର, ଏଗୁଡ଼ିକର
ସପ୍ତମୀ ତାଠାରେ, ତାଙ୍କଠାରେ, ଏମାନଙ୍କଠାରେ, ସେମାନଙ୍କଠାରେ, ୟାଠାରେ, ୟାଙ୍କଠାରେ, ସେଗୁଡ଼ିକଠାରେ, ଏଗୁଡ଼ିକଠାରେ ।

Leave A Reply

Your email address will not be published.