Latest Odisha News

BREAKING NEWS

ହାଡଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ବାସ୍ କ୍ଷୀରରେ ମିଶାନ୍ତୁ ଏହି ଜିନିଷ, ଛୁଇଁ ପାରିବାନି କୌଣସି ରୋଗ…

ଭୁବନେଶ୍ଵର: ଶୀତଦିନେ ବିଶେଷ ଭାବରେ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡିଥାଏ । ନଚେତ୍ ଅନେକ ରୋଗର ଆଶଙ୍କା ବଢିଯାଏ | ଅତ୍ୟଧିକ ଥଣ୍ଡା ହେତୁ ସ୍ୱାସ୍ଥ୍ୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ | ଏପରି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ସର୍ବଦା ମୋଟା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଅନ୍ତି, ଯାହାଦ୍ୱାରା ଶରୀର ଭିତରୁ ଗରମ ରହିଥାଏ ଏବଂ ରୋଗରୁ ରକ୍ଷା ପାଇଥାଏ । ଶରୀରକୁ ଭିତରୁ ଗରମ ରଖିବା ପାଇଁ ଉପଯୁକ୍ତ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥାଏ | ଏଥିପାଇଁ ଆପଣ କ୍ଷୀରରେ ଏକ ବିଶେଷ ଜିନିଷ ମିଶାଇ ପିଇପାରିବେ | ଯଦ୍ଵାରା ଆପଣଙ୍କ ଶରୀର ଭିତରୁ ଗରମ ରହିବା ସହ ଅନେକ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ । ଆସନ୍ତୁ ଜାଣିବା ଏହି ବିଶେଷ ଜିନିଷ ବିଷୟରେ …

ଥଣ୍ଡା ପାଗରେ ଅଳ୍ପ ଅଦା ସହିତ ମିଶ୍ରିତ ଗରମ କ୍ଷୀର ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ | ପ୍ରତିଦିନ ସକାଳେ ଗରମ କ୍ଷୀରକୁ ସାମାନ୍ୟ ମିଠା ଓ ଅଦା ପାଉଡର୍ ମିଶାଇ ପିଅନ୍ତୁ | ଏହାଦ୍ଵାରା ସ୍ୱାଦରେ ଭଲ ରହିବା ସହ ଶରୀର ମଧ୍ୟ ଭିତରୁ ଗରମ ରହିବ |ବାସ୍ତବରେ, ଅଦା ରେ ଜିଞ୍ଜରୋଲ୍ ନାମକ ଏକ ସ୍ୱତନ୍ତ୍ର ଉପାଦାନ ମିଳିଥାଏ | ଯାହା ଶରୀରରେ ଉତ୍ତାପ ସୃଷ୍ଟି କରେ |

ବିଶେଷଜ୍ଞଙ୍କ ଅନୁଯାୟୀ, ଅଦା ଏବଂ କ୍ଷୀରର ଏହି ମିଶ୍ରଣ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଇମ୍ୟୁନ ସିଷ୍ଟମକୁ ମଜବୁତ କରେ, ପ୍ରଦାହକୁ ଦୂର କରେ । ଶୀତଦିନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କ ପାଇଁ ଏହା ଏକ ରାମବାଣ ସଦୃଶ୍ୟ | ତେଣୁ, ଯଦି ଆପଣ ଶୀତଦିନେ ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି ଏବଂ ନିଜ ଶରୀରକୁ ଭିତରୁ ଗରମ ରଖିବାକୁ ଚାହାଁନ୍ତି, ତେବେ ଆପଣ ପ୍ରତିଦିନ ସକାଳେ କ୍ଷୀର ଏବଂ ଅଦାର ଏହି ମିଶ୍ରଣ ପିଇବା ଉଚିତ୍ |

 

 

Leave A Reply

Your email address will not be published.