ଡଃ.କୁଳାଙ୍ଗାର
ଘରଣୀ କହିଲେ ରୋଜଗାର ନାହିଁ
ଚାଲ ହେ ବିକିବା ମିଠା ;
କବିତା ଲେଖିଲେ ପେଟ ତ ପୁରୂନି
ଘରଖର୍ଚ୍ଚ ହେଉ ଉଠା !
ଜିଲାପି ତିଆରି ୟୁଟୁବରୁ ଶିଖି
ଗେଟ୍ ସାମନାରେ ଥୋଇ ;
ଘରଣୀ ଡାକିଲେ ବଡ ପାଟି କରି
ନିଅ ଆଳୁ ନିଅ ଭାଇ !
ପଚାରିଲି ହୟେ ଜିଲାପିକୁ ଆଳୁ
କହୁଛ କେମିତି ଜାଣି ;
ଘରଣୀ କହିଲେ ମାଛିମାନେ କାଳେ
ପଳେଇ ଆସିବେ ଶୁଣି !
ମୁଁ କହିଲି କିନ୍ତୁ ଗ୍ରାହକ ଏକଥା
କେମିତି ପାରିବେ ଜାଣି ;
ଜିଲାପି ଗ୍ରାହକ ଏକଥା ଶୁଣିଲେ
ଆସିବେ କି ଆଳୁ କିଣି ?
ଘରଣୀ କହିଲେ ଆଳୁ ଓ ଜିଲାପି
ଉଭୟ ସୁଗାରଧାରୀ ;
ଏହାର ଗ୍ରାହକ ଅଟନ୍ତି ନିଶ୍ଚୟ
ତାହାର ଭୋଜନକାରୀ !
ସୁଗାର ପାଇଁକି ମନ ବଳାନ୍ତିନି
ତମପରି ବୃଦ୍ଧ ଲୋକ ;
ସ୍ବର ଶୁଣି ମୋର ରହି ପାରିବେନି
କଲୋନୀ ଯାକ ଯୁବକ !
ଘରଣୀଙ୍କ କଥା ଶୁଣି ମୁଁ ଜିଲାପି
ଡାଲାଟାକୁ ଟାଣି ନେଇ ;
ଚୂଲୀପରେ ଥିବା କାଢା ଡେକ୍ଚିକୁ
ଟେକି ନେଇ ଦେଲି ଥୋଇ !
କହିଲି ଏଠାରେ ଅଛନ୍ତି ଏହାର
ଗ୍ରାହକ ଅଧିକ ଲୋକ ;
କରୋନା ରୋଗୀଙ୍କୁ ଦୂରେଇବା
ପାଇଁ କଲରା ଦିଅ ହେ ଡାକ !
Comments are closed.