Latest Odisha News

BREAKING NEWS

Odisha +2 exam Result: ଆଜି ବାହାରିବ +୨ ପରୀକ୍ଷା ଫଳ; ଦିନ ୧୨ଟା ୩୦ରେ ରେଜଲ୍ଟ ଘୋଷଣା

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ପରୀକ୍ଷା ଫଳ ମଧ୍ୟାହ୍ଣ ୧୨ଟା ୩୦ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ (Vocational) ପାଠ୍ୟକ୍ରମ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

ଛାତ୍ରଛାତ୍ରୀମାନେ ଅପରାହ୍ନ ୩ଟାରୁ ଅଫିସିଆଲ୍ ୱେବସାଇଟ results.odisha.gov.in ଓ results.digilocker.gov.in ମାଧ୍ୟମରେ ନିଜର ମାର୍କସିଟ୍ ଦେଖିପାରିବେ । ଏହାବ୍ୟତୀତ ସାମ୍ସ (SAMS) କଲେଜ ଇ-ସ୍ପେସ୍‌ରେ ମଧ୍ୟ ଏହି ଫଳାଫଳ ଉପଲବ୍ଧ ହେବ ବୋଲି ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଚଳିତ ଥର ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଖାତାକୁ ୫୧ଟି କେନ୍ଦ୍ରରେ ୧୫ହଜାର ଶିକ୍ଷକ ମୂଲ୍ୟାଙ୍କନ କରିଥିଲେ।

Leave A Reply

Your email address will not be published.