Latest Odisha News

BREAKING NEWS

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର : ଗତକାଲି ପ୍ରକାଶ ପାଇଥିବା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିଛନ୍ତି । ଚଳିତବର୍ଷ ପ୍ରଥମ କରି ଏହି ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ବଲାଙ୍ଗିର ପଥରଚେପା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ମୋଟ ୯୮ ଦଶମିକ ୮ ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନରେ ରହିଛନ୍ତି । କଳାହାଣ୍ଡି ଜୁନାଗଡ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଭୁବନ ମେହେର୯୮ ଦଶମିକ ୬ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନରେ ଓ କେନ୍ଦ୍‌ୁଝର ଆନନ୍ଦପୁରର ଶାଳପଡା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସଂଘମିତ୍ରା ନାୟକ ୯୭ ଦଶମିକ ୮ ପ୍ରତିଶତ ମାର୍କ ସହ ତୃତୀୟ ସ୍ଥାନରେ ଅଛନ୍ତି ।

ଚଳିତ ବର୍ଷ ରାଜ୍ୟର ୧୦୦ ଆଦର୍ଶ ବିଦ୍ୟାଳୟର ମୋଟ ୫୪୩୦ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୪୨୭ ଜଣ ଛାତ୍ରୀଛାତ୍ରୀ ପାସ୍ କରିଛନ୍ତି । ମୋଟ ପାସ ହାର ରହିଛି ୮୨ ଦଶମିକ ୦୯ ପ୍ରତିଶତ । ପ୍ରାୟ ୭ଟି ଆଦର୍ଶ ବିଦ୍ୟାଳୟରେ ପାସ୍ ହାର ଶହେ ପ୍ରତିଶତ ରହିଛି । ୨୯୫ ଜଣ ପିଲା ୯୦ ପ୍ରତିଶତ ଉପରେ ରଖିଛନ୍ତି । ୨୨୬୨ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତ ଉପରେ ମାର୍କ ରଖିଛନ୍ତି ।

ଆଦର୍ଶ ବିଦ୍ୟାଳୟର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.