Latest Odisha News

BREAKING NEWS

୨୦ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଚାଲି ପାରିଲାନି ବିଧାନସଭାର ଶୀତକାଳୀନ ଅଧିବେଶନ । ହୋହଲ୍ଲା ଓ ନାରାବାଜି ଯୋଗୁଁ ଅଚଳ ହୋଇଛି ଅଧିବେଶନ । ଫଳରେ ୨୦ ଦିନ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ୧୭ଟି କାର୍ଯ୍ୟ ଦିବସ ବାକି ଥାଇ ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ଆଜି ଗୃହରେ ସରକାରୀ ଦଳ ମୁଖ୍ୟ ସଚେତକ ମୁଲତବି ପ୍ରସ୍ତାବ ଆଣିଥିଲେ। ଗୃହରେ କୌଣସି ବିଜ୍‌ନେସ୍ ନଥିବାରୁ ସେ ମୁଲତବି ପ୍ରସ୍ତାବ ଆଣିଥିଲେ । ଆଉ ତା’ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଆଜି ଅଧିବେଶନର ନବମ ଦିନ ଥିଲା । କିନ୍ତୁ ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ କଂଗେସ ବିଧାୟକ । ଘଣ୍ଟ ବାଡେଇବା ସହ ପ୍ଲାକାର୍ଡ ଓ ପୋଷ୍ଟର ଧରି ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ଦିନ ସାଢ଼େ ୧୧ ଓ ପରେ ଦିନ ୧୨ ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ତେବେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ଆଚି ବାଚସ୍ପତି ପୁଣି ଡାକିଥିଲେ ସର୍ବଦଳୀୟ ବୈଠକ । କିନ୍ତୁ ନିଷ୍କର୍ଷ ବାହାରିନଥିଲା ।

୯ ଦିନର ଅଧିବେଶନରେ ଗୋଟିଏ ଦିନ ଗୃହ ସୁରୁଖୁରୁରେ ଚାଲିପାରିନାହିଁ । ସେହିପରି ଗୋଟିଏ ବି ମୁଲତବି ପ୍ରସ୍ତାବ ଆଲୋଚନା ହୋଇ ପାରିନାହିଁ । ପ୍ରବଳ ହଟ୍ଟଗୋଳ ଭିତରେ ଆଜି ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ।

Leave A Reply

Your email address will not be published.