Latest Odisha News

BREAKING NEWS

ସହାୟତା ଅପେକ୍ଷାରେ ଶରତ

କାମାକ୍ଷାନଗର : ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । ଦୁନିଆ କଣ ଜାଣିବା ଆଗରୁ ଦୃଷ୍ଟିହୀନ । ଅଳି ଅଝଟ ବୁଝିବା ପାଇଁ ପାଖରେ ମା’ ନାହିିଁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବପଳାଶ ଗାଁରେ ବାଲିଜୁରୀ ସାହିର ଲାଲମୋହନ କୁଲଡି ଓ ଶୁଶିଳା କୁଲଡିଙ୍କ ୭ ବର୍ଷର ସାନ ପୁଅ ଶରତ କୁଲଡି ।

ଜନ୍ମରୁ ଅନ୍ଧ  ଶରତ ମାର ସ୍ନେହ ମମତା କଣ ଜାଣିବା ପୂର୍ବରୁ ମା ଆରପାରିକି ଚାଲିଯାଇଛି । ବାପା ଲାଲମୋହନ ଦିନ ମଜୁରି କରି ପୁଅକୁ ଦୁଃଖ କଷ୍ଟରେ ଲାଳନ ପାଳନ କରୁଛନ୍ତି ।ସବୁ ପିଲାଙ୍କ ପରି ଏ ପିଲାର ପାଠ ପଢିବାର ଇଚ୍ଛା ଥିଲେ ବି ଆର୍ଥିକ ସମସ୍ୟା ସାଜିଛି ବାଧକ ।ସେପଟେ ପରିବାର ଦିନକୁ ଦୁଇ ମୁଠା ଖାଇବାକୁ ପାଉନାହିାଁନ୍ତି । ବାପ। ଦିନ ମଜୁରିଆ ହୋଇଥିବାରୁ ପଡିଶା ଘରେ ପିଲାକୁ ଛାଡି କାମ ପାଇଁ ଯାଆନ୍ତି । ହେଲେ ଜନ୍ମରୁ ଦୃଷ୍ଟିହୀନଥିବା ପିଲାର ପାଠ ପଢା କଥା ବୁଝିବ କିଏ ।

ପରିବାର ଏପରି ଦୟନୀୟ ଅବସ୍ଥାକୁ ନେଇ ପ୍ରଶାସନ ଠାରୁ ଆରମ୍ଭ କରି ସରପଞ୍ଚଙ୍କୁ ଗୁହାରି ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ସେପଟେ ତୁରନ୍ତ ଏହି ଦୃଷ୍ଟିହୀନ ପିଲାଟିକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି । ଏନେଇ ଆମେ ସ୍ଥାନୀୟ ବିଡିଓ ଆମେ ଜଣାଇବା ପରେ ସେ ଖୁବ୍ ସମସ୍ୟାର ସମାଧନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

 

Leave A Reply

Your email address will not be published.