Latest Odisha News

BREAKING NEWS

ଅଦ୍ଭୁତ ଦୃଶ୍ୟ: ତାରା ଗିଳିଦେଲା ଗ୍ରହକୁ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଶୁକ୍ରବାର ଏକ ଅଦ୍ଭୂତପୂର୍ଣ୍ଣ ଦୃଶ୍ୟ ରେକର୍ଡ କରିଛନ୍ତି । ଯେଉଁଥିରେ ଏକ ନଷ୍ଟ ହେଉ ଯାଉଥିବା ନକ୍ଷତ୍ର କିପରି ଗୋଟିଏ ଗ୍ରହକୁ ଗିଳି ଦେଉଛି ତାହା ଦେଖିବାକୁ ମିଳିଛି । ଗ୍ରହର ଆକୃତି ବୃହଷ୍ପତି ପରି ହୋଇଥିବା ବେଳେ ନକ୍ଷତ୍ର ସୂର୍ଯ୍ୟଙ୍କ ସଦୃଶ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ହାୱାର୍ଡ ୟୁନିଭରସିଟି ଓ କ୍ୟାଲିଫୋର୍ଣ୍ଣିଆ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ବୈଜ୍ଞାନିକମାନେ ମିଳିତ ଭାବେ ରେକର୍ଡ କରିଥିଲେ । ଏହା ଦେଖିବାକୁ ଭୟଙ୍କର ଲାଗୁଥିଲେ ମଧ୍ୟ ଏ ସମ୍ପର୍କରେ ଜାଣିବା ଆମପାଇଁ ଜରୁରୀ ଥିଲା । ଏପରିକି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଦିନ ଆସିବ ସୂର୍ଯ୍ୟ ତାର ପାଖା ୩ଟି ଗ୍ରହକୁ ଏପରି ଗିଳିଦେବ । ସେ ସମୟରେ ପୃଥିବର ସିଧା ଧ୍ୱଂସମୁଖକୁ ଚାଲିଯିବ । ଅବଶ୍ୟ ଏଥିପାଇଁ ଆହୁରି ବହୁତ ଦିନ ସମୟ ଅଛି ବୋଲି ସେମାନେ କହିଛନ୍ତି ।

୨୦୨୦ରେ ପୃଥିବୀଠାରୁ ୧୨ ହଜାର ପ୍ରକାଶ ବର୍ଷ ଦୂରତାରେ ଏକ୍ୱିଲା ନାମକ ନକ୍ଷତ୍ରମଣ୍ଡଳରେ ଏ ଭଳି ଘଟଣା ପ୍ରଥମ ଥର ପାଇଁ ହୋଇଥିଲା । ଏହାକୁ ବୁଝିବା ପାଇଁ ୩ ବର୍ଷ ସମୟ ଲାଗି ଯାଇଥିଲା । ଏକ ନିର୍ଦ୍ଦିଷ୍ଟ ସମୟ ପରେ ନକ୍ଷତ୍ର ତାର ଗ୍ରହକୁ ଗିିଳିବା ଆରମ୍ଭ କରିଥାଏ । ଏହାର ମାନେ ନକ୍ଷତ୍ର ଧ୍ୱଂସ ହେବା ମାତ୍ରେ ଏହାର ପ୍ରଭାବରେ ପାଖରେ ଥିବା ଗ୍ରହଗୁଡିକର ସ୍ଥିତି ହଜି ଯାଇଥାଏ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.