Latest Odisha News

BREAKING NEWS

କ୍ରାଇମ ବ୍ରାଞ୍ଚ ପକ୍ଷରୁ ଆରମ୍ଭ ହେଲା ଦେବ୍ରୀଗଡ ବାଘ ମୃତ୍ୟୁ ଘଟଣାର ତଦନ୍ତ

ବରଗଡ : ବରଗଡ ଜିଲ୍ଲା ଦେବ୍ରୀଗଡ ଅଭୟାରଣ୍ୟରେ ବାଘ ମୃତ୍ୟୁ ଘଟଣାରେ ସୋମବାର ଦିନ କ୍ରାଇମ ବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଡିଏସପି ବିଳାସିନୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚିଥିଲେ । ସମ୍ପୃକ୍ତ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବରଗଡର ଡିଏଫଓ ଅକ୍ଷୟ କୁମାର ଦଳେଇଙ୍କ ସହ ସାକ୍ଷାତ କରିବା ସହ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ଓଡିଶା କ୍ରାଇ ବ୍ରାଞ୍ଚଏଡିଜି ସନ୍ତୋଷ ଉପାଧ୍ୟାୟ ନଭେମ୍ବର ୩ ତାରିଖରେ କହିଥିଲେ “ବନବିଭାଗରୁ ମିଳିଥିବା ରିପୋର୍ଟକୁ ଆଧାର କରି ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ” । ଘଟଣାରେ ଗିରଫ ହୋଇଥିବା ୪ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଯାଞ୍ଚରେ ସାମିଲ କରାଯିବା ନେଇ ଏଡିଜି ସୂଚନା ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୮ ତାରିଖରେ ଦେବ୍ରୀଗଡ ଜଙ୍ଗଲରୁ ଏକ ବାଘର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ତଦନ୍ତ କରାଯାଇ ୪ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ଠାରୁ ନିଶ,ପଞ୍ଝା ଓ ମୃତ ବାଘର ଅବଶେଷ ଜବତ କରାଯାଇଥିଲା ।

Leave A Reply

Your email address will not be published.