Latest Odisha News

BREAKING NEWS

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା ଅନୁକମ୍ପା

ଭୁବନେଶ୍ୱର: ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଯଦି ମହାମାରୀ କରୋନାରେ କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

କରୋନା ଯୋଗୁଁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଏଭଳି କଠିନ ପରିସ୍ଥିତିରେ କରୋନା ଲଢ଼େଇରେ ଜନସଚେତନତା ସୃଷ୍ଟି କରୁଛନ୍ତି ସାମ୍ବାଦିକ । କଠିନ ପରିସ୍ଥିତିରେ ସାମ୍ବାଦିକମାନେ ନିଷ୍ଠାର ସହ କାମ କରୁଛନ୍ତି ।

ତେଣୁ କାର୍ଯ୍ୟରତ ଖବରଦାତାମାନେ ଯଦି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି ତେବେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଘୋଷଣା କରିଛନ୍ତି।

Leave A Reply

Your email address will not be published.