Latest Odisha News

BREAKING NEWS

ନୂଆ ରୂପରେ ଦେଖିବାକୁ ମିଳିବ ଲୋକନାଥ ପୀଠ ଓ ବ୍ରହ୍ମଗିରି ଅଲାରନାଥ ପୀଠ

ପୁରୀ : ନୂଆ ରୂପରେ ଝଲସିବ ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲୋକନାଥ ମନ୍ଦିର। ବାବା ଲୋକନାଥ ହେଉଛନ୍ତି ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ । ତେବେ ଦୂରଦରାନ୍ତରୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରିବା ସହ ରାଜ୍ୟର ପ୍ରମୁଖ ଶୈବପୀଠ ବାବା ଲୋକନାଥଙ୍କୁ ମଧ୍ୟ ଦର୍ଶନ କରି ସାନିଧ୍ୟ ନିଅନ୍ତି । ତେବେ ଆସନ୍ତା ଏକ ବର୍ଷ ମଧ୍ୟରେ ଶ୍ରୀଲୋକନାଥ ପୀଠ ଓ ବ୍ରହ୍ମଗିରି ଶ୍ରୀଅଲାରନାଥ ପୀଠ ନୂଆ ରୂପରେ ଦେଖିବାକୁ ମିଳିବ ।

ଉଭୟ ପୀଠର ବିକାଶ ପାଇଁ ପ୍ରସ୍ତୁତ ହୋଇଥିବା ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଶ୍ରୀଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଓ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ପୀଠର ବିକାଶ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର ।  ପୂର୍ବରୁ ପର୍ଯ୍ୟଟକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଶୈବପୀଠର ବିକାଶ ପାଇଁ ରାଜ୍ୟସରକାର ମାଷ୍ଟରପ୍ଲାନକୁ ଅନୁମୋଦନ କରିବା ଦ୍ବାରା ସେବାୟତମାନେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି  ।

Leave A Reply

Your email address will not be published.