Latest Odisha News

ବୈଜ୍ଞାନିକ ପ୍ରଫୁଲ୍ଲ ଜେନାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ; ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

ଭୁବନେଶ୍ୱର:ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ଆଜି ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରଛନ୍ତି ।ଶ୍ରୀ ଜେନା ଜଣେ ପ୍ରଭାବଶାଳୀ ବୈଜ୍ଞାନିକ ଥିଲେ । ସେ ବୈଜ୍ଞାନିକ ଗବେଷଣାକୁ ଗୁରୁତ୍ୱ ଦେଉଥିଲେ । ବିଶେଷ କରି ଧାତୁ ବିଜ୍ଞାନ ସମ୍ପର୍କିତ ଗବେଷଣାକୁ ବେଶି ପ୍ରୋତ୍ସାହନ ଦେଉଥିଲେ ।

ତାଙ୍କ ସମୟରେ ଆବର୍ଜନା ପରିଚାଳନା ପ୍ରକ୍ରିୟାକୁ ଗୁରୁତ୍ୱ ଦେଉଥିଲେ । ବିଶେଷ କରି କଳକାରଖାନା ଏବଂ ଖଣିଜ ଆବର୍ଜନାରୁ ଧାତବ ମୂଲ୍ୟ ବାହାର କରବା ପ୍ରକିୟାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଛାତ୍ରସମାଜକୁ ବିଜ୍ଞାନମନସ୍କ ହେବା ପାଇଁ ପ୍ରେରଣା ଦେଉଥିଲେ । ସେତିକି ନୁହେଁ,  ଓଡ଼ଶାରେ ଅନେକ ବିଜ୍ଞାନ ଏବଂ ଟେକ୍ନୋଲଜି ଅନୁଷ୍ଠାନ ପ୍ରତିଷ୍ଠା ଦିଗରେ ତାଙ୍କର ଅତୁଳନୀୟ ଅବଦାନ ରହିଛି        ।

ତାଙ୍କର ମୃତ୍ୟୁ ରାଜ୍ୟ ପାଇଁ ଏକ ବଡ ଧରଣର କ୍ଷତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ସେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ।

ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶ୍ରୀ ଜେନାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସରକାରୀ ସୂତ୍ରରୁ କୁହାଯାଇଛି ।

ଶ୍ରୀ ଜେନା ତାଙ୍କର ଜୀବନ ବ୍ୟାପି ବୈଜ୍ଞାନିକ ସାଧନା ପାଇଁ ପଦ୍ମଶ୍ରୀ ଉପାଧି ପାଇଥିଲେ । ସେ ଏକାଧାରରେ ଜଣେ ବୈଜ୍ଞାନିକ, ଶିକ୍ଷାବିଦ୍ । ସେ IMMT (Institute of Minerals & Materials Technology) ପ୍ରତିଷ୍ଠାତା ଥିଲେ । ୧୯୭୨-୮୯ ପର୍ଯ୍ୟନ୍ତ ସେ CSIR (Council of Scientific and Industrial Research) ର ଡିଜି ଥିଲେ । ଏହି ସମୟରେ ସେ ଭୁବନେଶ୍ୱରଠାର ପଠାଣୀ ସାମନ୍ତ ପ୍ଲାନିଟୋରିୟମ ଏବଂ ସାଇନ୍ସ ସେଣ୍ଟରର ପ୍ରତିଷ୍ଠା ହୋଇଥିଲା ଯେଉଁଥିରେ ଶ୍ରୀ ଜେନାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଦୁଇଟି ଅନୁଷ୍ଠାନର ସେ ପ୍ରଥମ ଚେୟାରମ୍ୟାନ ମଧ୍ୟ ଥିଲେ । ସେ ମୁମ୍ବାଇସ୍ଥିତ ଭାବା ଆଟମିକ ରିସର୍ଚ୍ଚ  ସେଣ୍ଟରର ବରିଷ୍ଠ ବୈଜ୍ଞାନିକ ଭାବେ କାମ କରିଛନ୍ତି ।

ବିଜ୍ଞାନ ଜଗତକୁ ତାଙ୍କର ଅବଦାନ ପାଇଁ ସେ ଅନେକ ସମ୍ମାନଜନକ ପୁରସ୍କାରର ଅଧିକାରୀ ହୋଇ ପାରିଛନ୍ତି । ୧୯୬୯ରେ ସେ National Metallurgist award ପାଇଥିବାବେଳେ  ୧୯୭୭ରେ ପଦ୍ମଶ୍ରୀ, ୧୯୮୮ରେ ଇଞ୍ଜିନିୟର୍ସ ସମ୍ମାନ ପରି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ଓଡ଼ିଶା ସମ୍ବାଦର ଜଣେ ନିୟମିତ ସ୍ତମ୍ଭକାର ମଧ୍ୟ ଥିଲେ ।

 

.

 

Leave A Reply

Your email address will not be published.