Latest Odisha News

BREAKING NEWS

ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଦେଲେ ଚିଠି: ଝାରସୁଗୁଡ଼ା ଏୟାରପୋର୍ଟକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯାଉ

ଭୁବନେଶ୍ୱର : ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନ ବନ୍ଦରଟିକୁ ନାମିତ କରିବାକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଦାବି ରହିଛି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି“ଦେଶମାତୃକାର ଏହି ବୀର ସଂଗ୍ରାମୀ ସନ୍ତାନଙ୍କ ନାମରେ ନାମିତ ତଥା ତାଙ୍କ ନାମରେ ଉତ୍ସର୍ଗ କରାଗଲେ ତାଙ୍କ ପାଇଁ ଏକ ବଡ଼ ଶ୍ରଦ୍ଧାଞ୍ଜଳି ସ୍ୱରୂପ ହେବ” ।

ଭୁବନେଶ୍ୱର ପରେ ପଶ୍ଚିମଓଡ଼ିଶାର ଝାରସୁଗୁଡ଼ା ଠାରେ ଖୁବ ଶିଘ୍ର ଏକ ବିମାନବନ୍ଦର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଓଡ଼ିଶାରେ ଗୋଟିଏ ମାତ୍ର ବିମାନବନ୍ଦର ଭୁବନେଶ୍ୱର ଠାରେ ରହିଛି । ତେବେ ଝାରସୁଗୁଡ଼ାଠାରେ ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ସମଗ୍ର ରାଜ୍ୟ ତଥା ପଶ୍ଚିମଓଡ଼ିଶାର ବିମାନ ଚଳାଚଳ ଆବଶ୍ୟକତାକୁ ପୂରଣ କରିପାରିବ ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଆସନ୍ତା ଜୁନ ୧୪ ତାରିଖରୁ ବିମାନ ଚଳାଚଳ ସେବା ଆରମ୍ଭ ହୋଇଛି । କିନ୍ତୁ ନୂଆବିମାନବନ୍ଦରରେ ପରୀକ୍ଷାମୂଳକ ଭାବେ ବିମାନ ଚଳାଚଳ କରାଯାଇଛି । ତେବେ ଏହି ବିମାନବନ୍ଦରଟି କାର୍ଯ୍ୟକ୍ଷମ ହେଲେ ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାଞ୍ଚି ତଥା ରାୟପୁରକୁ ସିଧାସଳଖ ବିମାନ ଚଳାଚଳ କରିବା ସହିତ ଯାତ୍ରୀମାନଙ୍କ ଲାଗି ବେଶ୍ ସହାୟକ ହୋଇପାରିବ ।

ଏହି ବିମାନ ଯାତ୍ରାରେ ସାଧାରଣତଃ ୨,୫୦୦ ଟଙ୍କାରୁ ଟିକଟ ଆରମ୍ଭ ହୋଇପାରେ । କେନ୍ଦ୍ର ସରକାରଙ୍କ ‘ଉଡ଼େ ଦେଶ୍ କେ ଆମ୍ ନାଗରିକ’ ଯୋଜନା ଅନ୍ତର୍ଗତରେ ୫ଟି ବିମାନବନ୍ଦରରୁ ଝାରସୁଗୁଡ଼ା ଅନ୍ୟତମ ବିମାନବନ୍ଦର ।

Leave A Reply

Your email address will not be published.