Latest Odisha News

BREAKING NEWS

ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ !

କେନ୍ଦ୍ରାପଡ଼ା : ଦୁବାଇରେ କାର୍ଯ୍ୟରତ ଜଣେ ଓଡ଼ିଆ ଶ୍ରମିକଙ୍କ କାର୍ଯ୍ୟସ୍ଥଳରେ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ମୃତ ଓଡ଼ିଆ ଶ୍ରମିକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ଭୁ ଥାନା ଅନ୍ତର୍ଗତ ଭଟେନି ଗାଁ’ର ଶ୍ରୀବିନ୍ଦୁ ମାଇତି ବୋଲି ଜଣା ପଡ଼ିଛି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ମୃତ ଶ୍ରୀବିନ୍ଦୁ ନାୟକ ୧୦ ଦିନ ପୂର୍ବରୁ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଦୁବାଇ ଯାଇଥିଲେ । ତେବେ ସେଠାରେ ସନ୍ଦେହଜନକ ମୃତ୍ୟୁ ହୋଇଥିବାରୁ ମୃତ ଶ୍ରମିକଙ୍କ ପରିବାର ଥାନାରେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ।

ତେବେ ଦୁବାଇ ପୋଲିସ ଶ୍ରୀବିନ୍ଦୁଙ୍କର ମୃତ୍ୟୁ ହୋଇଥିôବା କଥା କେନ୍ଦ୍ରାପଡ଼ା ପୋଲିସକୁ ଜଣାଇ ତଦନ୍ତ ଚଳାଇଛି । ସୂତ୍ରରୁ ଜଣାପଡ଼ିଛି, ଦୁବାଇ ପୋଲିସ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ଓଡ଼ିଶା ପଠାଇବାର ଯୋଜନା କରୁଛି ।

Leave A Reply

Your email address will not be published.