Latest Odisha News

BREAKING NEWS

ନୀତି ଆୟୋଗ ବୈଠକରେ ଯୋଗଦେବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ବୈଠକରେ ଦେଶର କୃଷି ଉତ୍ପାଦନର ଅଭିବୃଦ୍ଧି ତଥା କୃଷକମାନଙ୍କର ଆୟ ବୃଦ୍ଧି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ନୀତି ଆୟୋଗର ଗର୍ଭର୍ଣ୍ଣି କାଉନସିଲ୍ ବୈଠକ ଗତ ଜୁନରେ ଅନୁଷ୍ଠିତ ହୋଇଥିଲା ।

ଏହି କମିଟି କୃଷିର ଉନ୍ନତି ନିମନ୍ତେ ବିଭିନ୍ନ ପରାମର୍ଶ ପ୍ରଦାନ କରିବା ସହିତ କୃଷି ଉତ୍ପାଦନ ବୃଦ୍ଧି ସମ୍ପର୍କୀତ ଅନେକ ନିଷ୍ପତ୍ତି ନେବା ନେଇ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

ଏପରିକି ଏଗ୍ରିକଲଚରାଲ୍ ମାର୍କେଟିଂ ଏବଂ କୃଷି ଭିତ୍ତିଭୂମି ସ୍ଥାପନ କରିବା ଲାଗି ଘରୋଇ ପୁଞ୍ଜି ନିବେଶକଙ୍କୁ ପ୍ରୋତ୍ସାହନ ଦେବାକୁ ଏହି ବୈଠକରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇପାରେ ।

ଗଠିତ ହୋଇଥିବା ୯ଜଣିଆ କମିଟିର ଅଧ୍ୟକ୍ଷତା କରୁଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ । ଏଥିସହିତ ଅନ୍ୟ ସମସ୍ତ କମିଟି ସଦସ୍ୟମାନେ ହେଲେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହରିୟାଣା, ମଧ୍ୟପ୍ରଦେଶ, ଓଡ଼ିଶା, ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ । ଏଥିସହିତ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିକାଶ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ରହିଛନ୍ତି ।

Leave A Reply

Your email address will not be published.