Latest Odisha News

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନସ୍ଥ ହିତାଧିକାରୀ ମାନଙ୍କୁ ଆହୁରୀ ୮ ମାସ ପାଇଁ ମାଗଣାରେ ଚାଉଳ ଯୋଗାଇ ଦେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠ ଲେଖିଛନ୍ତି । ସମଗ୍ର ରାଜ୍ୟରେ ତ୍ୱରତି ବେଗରେ ଟିକାକରଣ ଅଭିଯାନ ଚାଲିଥିଲେ ସୁଦ୍ଧା ନୂତନ ସଂକ୍ରମଣ ଦେଖା ଦେଉଥିବାରୁ କୋଭିଡ ୧୯ ସଂକ୍ରମଣର ସମ୍ପୁର୍ଣ୍ଣ ଅବସାନ ହୋଇନି ।କରୋନା ପାଇଁ ଲୋକମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭୂଷୁଡି ଯାଇଛି । କେନ୍ଦ୍ର ସହାୟତା ଦେବାକୁ କରିଥିବା ଘୋଷଣା ଅବଧି ଚଳିତ ମାସରେ ଶେଷ ହେଉଛି ।

ଏଣୁ ଗରିବଙ୍କ ପ୍ରତି ହୋଇଥିବା ଯୋଜନା ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଲେଖିଛନ୍ତି, ମହାମାରୀ ସମୟରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ ଅଧୀନସ୍ଥ ହିତାଧିକାରୀମାନଙ୍କ ନିମନ୍ତେ ୭ ମାସ ଲାଗି ମାଗଣା ଚାଉଳ ଯୋଗାଇ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ। ଏଥିଯୋଗୁଁ, କୋଭିଡ୍‌-୧୯ ମହାମାରୀ ଭଳି ସଙ୍କଟମୟ ସମୟରେ କୌଣସି ଅଭାବୀ ଏବଂ ଅସହାୟ ଜନତା ଖାଦ୍ୟଶସ୍ୟ ପାଇବାରୁ ବଞ୍ଚିତ ହୋଇନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.