Latest Odisha News

BREAKING NEWS

କଣାସ ରେଲୱେ ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ କଣାସ ରୋଡ୍ ରେଲୱେ ଷ୍ଟେସନ ଠାରେ ରବିବାର ଦିନ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମୃତ ଯୁବକଙ୍କ ନାମ ଧିରେନ କୁମାର ରାଉତରାୟ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ ଏହି ମୃତଦେହ ରେଲୱେ ଟ୍ରାକ୍ ଉପରେ ପଡି ରହିଥିଲା ବେଳେ ଷ୍ଟେସନ ମାଷ୍ଟର ଏନେଇ ଜିଆରପିକୁ ଅବଗତ ନକରିବା କିମ୍ବା ନିଜେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଯୋଗୁଁ ସ୍ଥାନୀୟ ଲୋକମାନେ କଣାସଠାରେ ପୁରୀ- କଟକ ପାସେଞ୍ଜରକୁ ଅନେକ ସମୟ ଧରି ଅଟକ ରଖିଥିଲେ।

ତେବେ ଖବର ପାଇ ଘଟଣାସ୍ଥଳରେ ଜିଆରପି ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ସ୍ଥିତି ନିୟନ୍ତ୍ରଣାଧିନ ହେବାରୁ ଟ୍ରେନ ସ୍ୱାଭାବିକ ଭାବେ ଗନ୍ତବ୍ୟସ୍ଥଳକୁ ଗମନ କରିଥିଲା । ଏଥିସହିତ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଏହା ଏକ ଦୁର୍ଘଟଣା ବୋଲି ସନ୍ଦେହ ପ୍ରକାଶ କରି ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.