Latest Odisha News

BREAKING NEWS

ରାଜ୍ୟରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୦୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୯ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ ସଂକ୍ରମଣ ସ୍ଥିର ରହିଛି । ପ୍ରତିଦିନ ଚିହ୍ନଟ ହେଉଛନ୍ତି ୩-୪ ହଜାର ଭିତରେ ନୂଆ ଆକ୍ରାନ୍ତ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୪୦୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯ଶହ ୪୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୬୫ । ଖୋର୍ଦ୍ଧାରୁ ସର୍ବାଧିକ ୫୮୨, କଟକରୁ ୫୫୩, ଯାଜପୁରରୁ ୨୫୮, ବାଲେଶ୍ୱରରୁ ୨୫୧ ଓ ପୁରୀରୁ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

BjdElectrycity

ଭଦ୍ରକ ଜିଲ୍ଲାରୁ ୧୬୯, ନୟଗଡ଼ରୁ ୧୬୦, ମୟୂରଭଞ୍ଜ ଜିଲ୍ଲାରୁ ୧୫୮, କେନ୍ଦ୍ରାପଡ଼ାରୁ ୧୧୦ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୧୦୩ ସଂକ୍ରମିତ ବାହାରିଛନ୍ତି । ୨୦ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

୨୪ ଘଣ୍ଟାରେ ରାଜ୍ୟରେ ୬୮ହଜାର ୩୩୫ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ୪.୯୮% ରହିଛି । କରୋନା ଆକ୍ଟିଭ୍ କେସ୍ ଗ୍ରୀନ୍ ଜୋନରେ ଅଥି ୨୧ ଜିଲ୍ଲା । ୟେଲୋ ଜୋନରେ ୫ ଓ ରେଡ୍ ଜୋନରେ ୪ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଯାଜପୁର ଓ ବାଲେଶ୍ୱର ରହିଛି ।

ରାଜ୍ୟରେ କରୋନା ଆଉ ୩୯ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୩ହଜାର ୮୮୭କୁ ବୃଦ୍ଧି ପାଇଛି । କରୋନାରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ହୋଇଛନ୍ତି ୯ଲକ୍ଷ ୪୭୦ ଜଣ । ସୁସ୍ଥ ହେଲେଣି ୮ଲକ୍, ୬୩ହଜାର ୮୨୪ । ଏବେ ରାଜ୍ୟରେ ୩୨ହଜାର ୭୦୬ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.