Latest Odisha News

BREAKING NEWS

ISI ଏଜେଣ୍ଟ ସହ ଚାଟିଂ କରୁଥିଲା ବୁଖାରୀ : କାଲି ରିମାଣ୍ଡ ପାଇଁ କରାଯିବ ଆବେଦନ

ଭୁବନେଶ୍ବର : ଯାଜପୁର ଧର୍ମଶାଳାରୁ କାଶ୍ମୀରର ସନ୍ଦିଗ୍ଧ ଆତଙ୍କୀ ଗିରଫ ହେବା ଘଟଣା  । ଏସଟିଏଫ୍ ଏସପିଙ୍କ ଏ ନେଇ ଅଧିକ ସୂଚନା ଦେଇଛନ୍ତି  । ସେ କହିଛନ୍ତି ପାକିସ୍ତାନ ISI ଏଜେଣ୍ଟ ସହ ବୁଖାରୀର ଚାଟିଂ ପ୍ରମାଣ ମିଳିଛି । କିଛି ଡିଲିଟ୍ ହୋଇଯାଇଛି  । ପୁଣି ଥରେ ହାସଲ କରିବାକୁ ଉଦ୍ୟମ କରୁଛୁ । ଯଦି ଦରକାର ପଡେ , ତେବେ ଫୋରେନସିକ୍ ଲ୍ୟାବକୁ ପଠାଯିବ  । ବୁଖାରୀର ସିଡିଆର ଆନାଲିସିସ୍ ପାଇଁ ଲେଖିଛୁ  । CDR, SDR ଆସିବା ପରେ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ହେବ  । ସେ ନିଜକୁ ଜଣେ  ଡାକ୍ତରର ପରିଚୟ ଦେଇ ଏକାଧିକ ଯୁବତୀଙ୍କୁ ବିବାହ କରିଥିଲା । ତାର ୫-୬ଟି ପିଲା ମଧ୍ୟ ଅଛନ୍ତି ।

ଅଭିଯୁକ୍ତ ବୁଖାରୀର ଆଉ କେଉଁଠି ସବୁ ସ୍ତ୍ରୀ ଅଛନ୍ତି , ତାର ତଦନ୍ତ କରାଯିବ  । ସେ ମେଡିକାଲ ପାଠ ପଢିନି  । ଫେକ୍ ଡିଗ୍ରୀ ଆଣିଛି । ବର୍ତ୍ତମାନ୍ ସୁଦ୍ଧା ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି । ଦରକାର ପଡିଲେ NIA ଆସିପାରେ ବୋଲି ଏସଟିଏଫ୍ ଏସପି କହିଛନ୍ତି  । କାଲି ବୁଖାରୀର ରିମାଣ୍ଡ ପାଇଁ ଆମେ ଆବେଦନ କରିବୁ  । ସୂଚନା ମୂତାବକ ଗତକାଲି ଯାଜପୁର ଧର୍ମଶାଳାରୁ ସୟଦ ଇଶାନ ବୁଖାରୀକୁ ଏସଟିଏଫ୍ ଗିରଫ କରିଥିଲା । ଠକେଇ ଏବଂ ଦେଶ ବିରୋଧୀ ତତ୍ତ୍ବ ସହ ଲିଙ୍କ୍ ଅଭିଯୋଗରେ ବୁଖାରୀକୁ ଗିରଫ କରାଯାଇଥିଲା ।  ଅଭିଯୁକ୍ତଠାରୁ ୧୦୦ରୁ ଉର୍ଦ୍ଧ୍ବ ଡକ୍ୟୁମେଣ୍ଟ ଜବତ ହୋଇଥିଲା ।

Leave A Reply

Your email address will not be published.