Latest Odisha News

BREAKING NEWS

ଓଡ଼ିଶାରେ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାଁନ୍ତି: ଅମିତ ଶାହା

ସମ୍ବଲପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରର ରେମେଡ ପଡିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିଛନ୍ତି  । ଓଡ଼ିଶାରେ ସବୁ ଅଛି, କିନ୍ତୁ କେବଳ ଗୋଟିଏ ଜିନିଷର ହିଁ  ଅଭାବ ଅଛି । ତାହା ହେଉଛି ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନାହାନ୍ତି । କିଛି ଏମିତି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।

ଆଜି  ସମ୍ବଲପୁର ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜର ଅଭିଭାଷଣ ଦେଇ କହିଥିଲେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମା ଶାନ୍ତି ମିଳୁଥିବ ।କାରଣ ୨୫ ବର୍ଷ ପରେ ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି ଆଧାରରେ ଓଡ଼ିଶାରେ ଏକ ସରକାର ଗଠନ ହେବାକୁ ଯାଉଛି । ଏଥର ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବାକୁ ଯାଉଛି ବୋଲି କହିଛନ୍ତି ଶାହ । ଏପର୍ଯ୍ୟନ୍ତ ଦେଶରେ ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ସରିଗଲାଣି। ପାଞ୍ଚ ପର୍ଯ୍ୟାୟ ପରେ ମୋଦି ୩ ଶହ ପାର୍‌ କରିଗଲେଣି । ସାତ ପର୍ଯ୍ୟାୟ ନିର୍ବାଚନ ପରେ ୪ ଶହ ପାର୍‌ ହୋଇଯାଇଥିବ କହିଲେ ଅମିତ ଶାହା ।

ପ୍ରଧାନମନ୍ତ୍ରୀ  ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି ,ପରମ୍ପରାକୁ ସମ୍ନାନ ଦିଅନ୍ତି । ପ୍ରଧାନମନ୍ତ୍ରୀ ଆମ ଓଡିଶାର ଗରୀବ ଆଦିବାସୀ ଘରର ଝିଅ ଦ୍ରୋପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରି ସାରା ଓଡିଶାର ସମ୍ନାନ କରିଛନ୍ତି । ଓଡ଼ିଶା ସରକାର ପାଇକ ବିଦ୍ରୋହକୁ ଭୁଲିବାକୁ ବ୍ୟବସ୍ଥା କରୁଛି । ନବୀନ ବାବୁ ଓଡ଼ିଆ ଅସ୍ମିତା,ସ୍ବାଭିମାନର ତଣ୍ଟିଚିପିବା କାମ କରୁଛନ୍ତି ।ଓଡିଶାବାସୀଙ୍କ ଅପମାନ କରିଛନ୍ତି  ବୋଲି କହିଲେ ଶାହା ।

ସେ ସମ୍ବଲପୁର ସଭାରେ ଜନସାଧାରଣଙ୍କୁ ପଚାରିଲେ  ଓଡ଼ିଶାରେ କୌଣସି ତାମିଲ ଲୋକ ଶାସନ କରିପାରିବେ କି ? ଉତ୍କଳ ଭୂମିର ସନ୍ତାନ ହିଁ ଓଡ଼ିଶାର ଶାସନ କରିବ । ଯିଏ ଓଡିଆ ଭାଷାରେ କଥା କହିପାରୁଥିବ । ସେ ଆହୁରି କହିଛନ୍ତି ଯେ, ‘ଉତ୍କଳ ଭୂମିର ଶାସନ ଜଗନ୍ନାଥ ପରମ୍ପରାକୁ ଆଗକୁ ନେଉଥିବା ବ୍ୟକ୍ତି ହିଁ କରିବ ।  ପ୍ରଭୁ ଜଗନ୍ନାଥଙ୍କ ଚାରିଦ୍ବାର ଖୋଲାଯାଉନାହିଁ । ମଠ ମନ୍ଦିର ଗୁଡିକୁ ଭାଙ୍ଗି ଦେଲେ । ଏପରିକି ରଥଯାତ୍ରାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା ।କିନ୍ତୁ ପ୍ରଧାନମନ୍ତ୍ରୀ ଜଗନ୍ନାଥ ପରମ୍ପରାକୁ ଅକ୍ଷୂଣ୍ଣ ରଖିବାକୁ କାମ କରିଥିଲେ ।

ସାରା ଦେଶରେ ଓଡିଶା ସମୃଦ୍ଧ ରାଜ୍ୟ  କିନ୍ତୁ ଓଡ଼ିଶା ଲୋକ ସବୁଠୁ ଗରିବ । ଓଡିଶା ଖଣିଜ ସଂପଦରେ ପରିପୂର୍ଣ୍ଣ । ନବୀନ ବାବୁଙ୍କ ଲୋକ ଓଡ଼ିଶାର ଖଣିଜ ସଂପଦ ଲୁଟିବାର କାମ କରୁଛନ୍ତି । କଥା ଦେଉଛି, ବିଜେପି ସରକାର ଆସିଲେ ଖଣିଜ ସଂପଦର ସୁବିନିଯୋଗ ହେବ । ଓଡ଼ିଶାର ଯୁବକ ଆଉ ବାହାରକୁ ଦାଦନ ଖଟିବାକୁ ଯିବେନି ।

ଓଡ଼ିଶାରେ ସବୁ ଅଛି, କିନ୍ତୁ କେବଳ ଗୋଟିଏ ଜିନିଷର ହିଁ  ଅଭାବ ଅଛି । ତାହା ହେଉଛି ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନାହାନ୍ତି  । କଥା ଦେଉଛି, ଆପଣ ବିଜେପି ସରକାରରେ ଓଡ଼ିଶା ବନାନ୍ତୁ ଆମେ ଓଡିଶାକୁ ପରିଶ୍ରମୀ ମୁଖ୍ୟମନ୍ତ୍ରୀ ଦେବୁ’ ବୋଲି କହିଛନ୍ତି ଶାହ । ସେହିପରି ରାଜ୍ୟ ସରକାରଙ୍କ ଉପରେ ବର୍ଷି ସେ କହିଛନ୍ତି, ନବୀନ ସରକାର, ଖାଲି ଅଖାର ସରକାର । ମୋଦି ଚାଉଳ ଦେଉଛନ୍ତି, ନବୀନ ବାବୁ ଫଟୋ ଲଗା ଅଖା ଦେଉଛନ୍ତି । ଖାଲି ଅଖାରେ ପେଟ ପୁରେନି, ଯଦି ଦେବା କଥା ଚାଉଳ ଦିଅନ୍ତୁ  ।ସେହିପରି  ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରକୁ ସମ୍ବଲପୁର ସଭାରେ ଟାର୍ଗେଟ କରିଛନ୍ତି ଶାହ  ।

 

 

 

Leave A Reply

Your email address will not be published.