Latest Odisha News

BREAKING NEWS

ରତ୍ନଭଣ୍ଡାର ତଦାରଖ ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ, ଜଷ୍ଟିସ ଅରିଜିତ ପଶାୟତଙ୍କୁ ଅଧ୍ୟକ୍ଷ ଦାୟିତ୍ୱ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମୂଲ୍ୟବାନ୍ ବସ୍ତୁ ଓ ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ ପାଇଁ କମିଟି ଗଠନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟି ଗଠନ ନେଇ ଘୋଷଣା କରିଛନ୍ତି । ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବେ । ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ଅଛନ୍ତି ।

ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ-

ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା, ଉପାଧ୍ୟକ୍ଷ

ଡ. ବିଧୁଭୁଷଣ ସାମଲ, ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ CMD

ଏ.କେ. ସାବତ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ

ପୁରୀ ଗଜପତି ମହାରାଜା ତଥା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଦିବ୍ୟସିଂହ ଦେବଙ୍କ ପ୍ରତିନିଧି

ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ପ୍ରତିନିଧି

ଦୁର୍ଗାପ୍ରସାଦ ଦାସ ମହାପାତ୍ର, ସେବକ ପ୍ରତିନିଧି

ମାଧବ ଚନ୍ଦ୍ର ମହାପାତ୍ର, ସେବକ ପ୍ରତିନିଧି

ଜଗନ୍ନାଥ କର, ସେବକ ପ୍ରତିନିଧି

ଗଣେଶ ମେକାପ, ଭଣ୍ଡାର ମେକାପ ସେବକ

ପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିରର ଉପମୁଖ୍ୟ ପ୍ରଶାସକ

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ- ସଦସ୍ୟ ଆବାହକ ଭାବରେ କାର୍ଯ୍ୟ କରିବେ ।

Leave A Reply

Your email address will not be published.