ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ୫% ବୃଦ୍ଧି କଲେ ରାଜ୍ୟ ସରକାର। ୨୫୭%ରୁ ବୃଦ୍ଧି ପାଇ ୨୬୨% ହେଲା ମହଙ୍ଗା ଭତ୍ତା। ସବୁଠାରୁ ବଡ଼ କଥା ହେଉଛି, ଏହି ବୃଦ୍ଧି ପିଛିଲା ଭାବେ ଚଳିତ ବର୍ଷ ଜାନୁଆରି ୧ରୁ ଲାଗୁ ହେବ । ଫଳରେ କର୍ମଚାରୀମାନେ ବର୍ତ୍ତମାନର ବଢ଼ିଥିବା ଭତ୍ତା ସହ ବକେୟା ଟଙ୍କା ମଧ୍ୟ ପାଇବେ । ଏହାସହ ଏହି ବୃଦ୍ଧି ପିଛିଲା ଭାବେ ଚଳିତ ବର୍ଷ ଜାନୁଆରି ୧ରୁ କାର୍ଯ୍ୟକାରୀ ହେବ ।
ଅର୍ଥାତ୍ ଜାନୁଆରିରୁ ଜୁନ୍ ପର୍ଯ୍ୟନ୍ତ ବକେୟା ମହଙ୍ଗା ଭତ୍ତା ମଧ୍ୟ କର୍ମଚାରୀମାନେ ପାଇବେ । ଏହା ଫଳରେ ହଜାର ହଜାର ସରକାରୀ କର୍ମଚାରୀ ସିଧାସଳଖ ଭାବେ ଉପକୃତ ହେବେ । ଦ୍ରବ୍ୟ ମୂଲ୍ୟ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚ ବଢ଼ୁଥିବା ସମୟରେ ସରକାରଙ୍କ ଏହି ଘୋଷଣା କର୍ମଚାରୀଙ୍କ ପାଇଁ ବଡ଼ ଆର୍ଥିକ ଆଶ୍ୱସ୍ତି ଆଣିଛି । ବଢ଼ିଥିବା ଭତ୍ତା ସହ ବକେୟା ରାଶି ମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।