Latest Odisha News

ହୋମଗାର୍ଡଙ୍କ ଦୈନିକ ଭତ୍ତା ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି କରିଛନ୍ତି । ଗୁରୁବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ହୋମ୍ ଗାର୍ଡଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତା ଦୈନିକ ୪୨୩ ଟଙ୍କାରୁ ୫୫୩ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସରକାର ହୋମଗାର୍ଡଙ୍କ ଦୈନିକ ଭତ୍ତା ବଢ଼ାଇଛନ୍ତି । ଏହି ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ୨୦୨୩ ଏପ୍ରିଲ୍ ୧ରୁ ଲାଗୁ ହେବ । ନିର୍ଦ୍ଦେଶ ପ୍ରକାରେ ବର୍ଦ୍ଧିତ ଦୈନିକ ଭତ୍ତା ମୁତୟନ କରିଥିବା ସଂସ୍ଥା ପ୍ରଦାନ କରିବ ।

ସୂଚନାଯୋଗ୍ୟ, ମେ ୩୦ରେ ବରୀ ଥାନା ଅନ୍ତର୍ଗତ ଔପଦାର ହୋମଗାର୍ଡ ରଞ୍ଜନ କୁମାର ମଲ୍ଲିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଥିଲେ । ଯେଉଁଥିରେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପହଞ୍ଚିବା ପରେ ବି ପରିବାରକୁ ଚଳାଇବା ଲାଗି ବେତନ କମ୍ ପଡ଼ୁଥିବା ଲେଖିବା ସହ ମୃତ୍ୟୁ ଭିକ୍ଷା କରିଥିଲେ ।

Leave A Reply

Your email address will not be published.