ଭୁବନେଶ୍ୱର: ଏଣିକି ତୃତୀୟରୁ ଅଷ୍ଟମ ଶ୍ରେଣୀ ପାଇଁ ବର୍ଷକୁ ୪ଟି ପରୀକ୍ଷା ହେବା ନେଇ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୪ଟି ପରୀକ୍ଷା ଦେବାକୁ ପଡ଼ିବ। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇଟି ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ ଦୁଇଟି ପରୀକ୍ଷା ଦେବାକୁ ହେବ।
ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ ଦୁଇଟି ଲେଖାଏଁ ଫର୍ମେଟିଭ୍ ଆସେସ୍ମେଣ୍ଟ ଓ ସମେଟିଭ୍ ଆସେସ୍ମେଣ୍ଟ ମାଧ୍ୟମରେ ମୂଲ୍ୟାୟନ କରାଯିବ। ଯେଉଁଥିରେ ସେମାନଙ୍କର ୧୨୦୦ ମାର୍କର ମୂଲ୍ୟାୟନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଗୋଟିଏ ଲେଖାଏଁ ଏଫ୍ଏ ଓ ଏସ୍ଏ ଅନୁଷ୍ଠିତ ହେବ।