Latest Odisha News

BREAKING NEWS

ରାଜ୍ୟରେ କେତେ ଖାଲି ଅଛି ଆଇସିୟୁ ବେଡ୍? ସରକାର ଦେଲେ ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ କେତେ ପ୍ରତିଶତ ଖାଲି ରହିଛି ଆସିୟୁ ବେଡ୍ ଓ ଭେଟିଂଲର । ଏ ବାବଦରେ ଆଜି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । କଟକରେ ଆଇସିୟୁ ବେଡ୍ ମାତ୍ର ୫୫ ପ୍ରତିଶତ ଭର୍ତି ଅଛି । ସେହିପରି ଭୁବନେଶ୍ୱରରେ ମାତ୍ର ୪୯ ପ୍ରତିଶତ ଆଇସିୟୁ ବେଢ୍ ଭର୍ତି ଅଛି, ବାକି ସବୁ ଖାଲି ଅଛି । ସେହିପରି ରାଜ୍ୟରେ ମାତ୍ର ୪୮ ପ୍ରତିଶତ ଆଇସିୟୁ ବେଡ୍ ଭର୍ତି ଅଛି ।

ସେହିପରି ଭେଂଟିଲେଟର କ୍ଷେତ୍ରରେ କଟକରେ ୮୫ ପ୍ରତିଶତ ଭର୍ତି ଥିବା ବେଳେ ଭୁବନେଶ୍ୱରରେ ମାତ୍ର ୫୮ ପ୍ରତିଶତ ଭର୍ତି ରହିଛି ଏବଂ ବାକି ସବୁ ଖାଲି ରହିଛି । ସେହିପରି ଓଡିଶାରେ ଭେଂଟିଲେଟର ସୁବିଧା ଥିବା ବେଡ୍ ମାତ୍ର ୪୬ ପ୍ରତିଶତ ପୂରଣ ହୋଇଛି । ପ୍ରଶ୍ନ ଉଠୁଛି ଏତେ ସଂଖ୍ୟାରେ ଆଇସିୟୁ ବେଡ୍ ଏବଂ ଭେଂଟିଲେଟର ଖାଲି ଥିବା ବେଳେ, ଏହି ସୁବିଧା ମିଳୁନାହିଁ ବୋଲି କାହିଁକି ଏତେ ଅଭିଯୋଗ ଆସୁଛି ।

Leave A Reply

Your email address will not be published.