Latest Odisha News

BREAKING NEWS

କୃଷି ବିଲ୍‌କୁ ନେଇ ବିଜେଡିକୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ରାଜ୍ୟସଭାରେ ପାରିତ ହୋଇଛି କୃଷି ବିଲ୍ । ତେବେ ଏହି ବିଲ୍‌କୁ ବିଜେଡି ବିରୋଧ କରିଛି । ତେବେ ବିଜେଡି କାହିଁକି କୃଷି ବିଲ୍‌କୁ ବିରୋଧ କଲା ତାକୁ ନେଇ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ବିଜେଡିକୁ କଟାକ୍ଷ କରି ସୁରେଶ କହିଛନ୍ତି, କହିଁ ପେ ନିଗାହେଁ, କହିପେ ନିଶାନା ।

ସେ ଆହୁରି କହିଛନ୍ତି, ସିବିଆଇ ରେଡ୍‌କୁ ନେଇ ଡିଲ କରିବାକୁ ଚାହୁଁଥିଲା ବିଜେଡି । ସିବିଆଇ ଗୁଡାଏ ଏମ୍‌ଏଲ୍‌ଏଙ୍କ ଘରେ ରେଡ୍ କଲାଣି । ଆଗକୁ ମଧ୍ୟ ଆହୁରି ରେଡ୍ କରିପାରେ । ତେଣୁ ବିଜେଡି ଭାବୁଥିଲା ଚିଟ୍‌ଫଣ୍ଡରୁ ରକ୍ଷାକଲେ ବିଜେପିକୁ ସମର୍ଥନ ଦେବୁ । କିନ୍ତୁ ତୁମେ ସମର୍ଥନ କର କିମ୍ବା ନକର ଆମର କିଛି କରିବାର ନାହିଁ । ଆଇନ୍ ତା’ବାଟରେ ଏବଂ ସିବିଆଇ ତା’ବାଟରେ ଯିବ ବୋଲି ସୁରେଶ କହିଛନ୍ତି ।

ସେପଟେ ସୁରେଶଙ୍କ ବୟାନକୁ ନେଇ ଜବାବ ଦେଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, ମୁଁ ରାଜନୈତିକ ବୟାନ ଦେବାକୁ ଚାହେଁନି । ବିଲ୍‌ରେ କିଛି ଭଲ ରହିଛି ଆଉ କିଛି ବୁଝାମଣାର ଅଭାବ ରହିଛି । ବଜେଡି ହଙ୍ଗାମାରେ ବିଶ୍ୱାସ କରେନି । ଯାହା ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

Leave A Reply

Your email address will not be published.