Latest Odisha News

BREAKING NEWS

ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଓ ଫୁଟାକୁ ମନା

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୦ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର କୌଣସି ସ୍ଥାନରେ ବାଣ ଫୁଟାଇବା କିମ୍ବା ବିକ୍ରି କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଓଡିଶା ସରକାର ।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବୟସ୍କ ବ୍ୟକ୍ତି, ଶିଶୁ ଓ ଅସୁସ୍ଥ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଜନିତ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ତେବେ ବର୍ତ୍ତମାନ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିଲେ ମଧ୍ୟ ବିପଦ ଟଳି ନାହିଁ। ବାଣ ଫୁଟାଇବା ଫଳରେ କ୍ଷତିକାରକ ରାସାୟନିକ ପଦାର୍ଥ ଯୋଗୁଁ ଶ୍ବାସ ଜନିତ ତଥା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ଥାଏ ଏବଂ ସଂକ୍ରମିତଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ଆହୁରି ମଧ୍ୟ ଯଦି କେହି ଏହାର ଉଲ୍ଲଘଂନ କରନ୍ତି ତାହେଲେ ସେମାନଙ୍କ ବିରୋଧରେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ ଏବଂ ଅନ୍ୟ ଆଇନ ଜରିଆରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.