Latest Odisha News

BREAKING NEWS

[ଭିଡିଓ] ଆଣ୍ଟି କହିବାରୁ ଯୁବତୀଙ୍କୁ ନିର୍ଘାତ ତଣ୍ଟିଆ !

ଉତ୍ତରପ୍ରଦେଶ: ଓଡିଆଙ୍କ ପରମ୍ପରାରେ ନାହିଁ କରୱାଚୌଥ୍ । ହେଲେ ଦିଲ୍ଲୀ, ପଂଜାବ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟରେ ଏହି ଉତ୍ସବ ପାଳନ ହୋଇଥାଏ । ଆସନ୍ତାକାଲି କରୱାଚୌଥ ପଡୁଥିବାବେଳେ ଉତ୍ତରପ୍ରଦେଶରେ ବଜାରରେ ମହିଳାଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଇଟାହ ଅଂଚଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଏହି ଭିଡିଓରେ ଆପଣ ସ୍ପଷ୍ଟ ଦେଖିପାରୁଥିବେ ଜଣେ ମହିଳା ଜଣେ ଯୁବତୀଙ୍କୁ ଚୁଟି ଧରି ମାଡ ମାରିଚାଲିଛନ୍ତି । ତେବେ ଏହି ଘଟଣା ପଛର କାରଣ ଜାଣିଲେ ଆପଣ ହସିବେ କି ଚୁପ୍ ରହିବେ ତାହା ନିଶ୍ଚିତ କରିବା ବେଶ କାଠିକର ପାଠ ।

ସୋମବାର ସଂଧ୍ୟାରେ ବାବୁଗଂଜ ମାର୍କେଟରେ ଜଣେ ଯୁବତୀ ଭୁଲବଶତଃ ଜଣେ ମହିଳାଙ୍କୁ ଆଣ୍ଟି କହିଦେଇଥିଲେ । ବାସ୍ ସେଇଠୁ ଆରମ୍ଭ ହୋଇଯାଇଥିଲା ତୁମୁଳକାଣ୍ଡ । ଯୁବତୀଙ୍କୁ ନିର୍ଘାତ ମାଡ ମାରିବା ସହ ତାଙ୍କୁ ବାରମ୍ବାର ମହିଳା ଜଣକ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ତେବେ ପୋଲିସର ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡିଥିଲା ।

Leave A Reply

Your email address will not be published.