Latest Odisha News

ଆତ୍ମରକ୍ଷା ପାଇଁ ଗୁଳି ଚଳାଇ ପାରିବେ ବନ କର୍ମଚାରୀ: ସରକାର ଦେଲେ ଅନୁମତି

ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଚେତିଛନ୍ତି ସରକାର । ସେମାନଙ୍କ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । CrPC ଧାରା ୧୯୭ ଅନୁଯାୟୀ ଏହି ବନ କର୍ମଚାରୀଙ୍କୁ ଆତ୍ମସୁରକ୍ଷା ପାଇଁ ମିଳିବ ଗୁଳି ଚଳାଇବା ପାଇଁ ଅନୁମତି ।

ଏହି ନିଷ୍ପତ୍ତି ଅନୁଯାୟୀ,  ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ । ଶିମିଳିପାଳରେ ଦୁର୍ବୃତଙ୍କ ଆକ୍ରମଣରେ ବନ ଅଧିକାରୀ ପ୍ରାଣ ହରାଇବା ଘଟଣା ପରେ  ବନ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସମସ୍ତ ଦିଗକୁ ବିଚାର କରି   ବନ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ଏ ନେଇ ବୁଧବାର ଓଡିଶା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି,  CrPC ଧାରା ୧୯୭  ଜଙ୍ଗଲ ବିଭାଗର ସମସ୍ତଙ୍କ ଫରେଷ୍ଟ ଗାର୍ଡଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ  ଯିଏ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱରେ ଅଛନ୍ତି ତାଙ୍କ ପାଇଁ ଲାଗୁ କରାଯାଇ ପାରିବ । ସେମାନେ  ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।

Leave A Reply

Your email address will not be published.