Latest Odisha News

BREAKING NEWS

ବିଶିଷ୍ଟ ବ୍ୟକ୍ତିଙ୍କ ଏଡିଟ୍ ଫଟୋ ଦେଖାଇ ଅନଲାଇନ୍ ଠକେଇ, ୭୫ ଲକ୍ଷ ଟଙ୍କା ଫ୍ରିଜ୍ କଲା ଇଓଡବ୍ଲୁ

ଭୁବନେଶ୍ୱର: ଦେଶବ୍ୟାପୀ ୧୪ଟି ବ୍ୟାଙ୍କରେ ୭୫ ଲକ୍ଷ ଟଙ୍କା ଫ୍ରିଜ୍ କରିଛି ଅର୍ଥନୈତିକ ଅପରାଧିକ ଶାଖା (EOW) । ଅନଲାଇନ୍ ସ୍କାମରେ ଏହି ଆକାଉଣ୍ଟ ବ୍ୟବହାର ହେଉଥିଲା । ଏସବୁ ଆକାଉଣ୍ଟ ଡାଇସ୍, ଫ୍ଲାଏ ଆଭିଏଟର, ଏମଭିପି ଟ଼୍ରେଡର, ଏଫଟି୧୧ ଭଳି ଏକାଧିକ ଆପ୍ ସହ ଲିଙ୍କ୍ ହୋଇଥିଲା ।

ଅନଲାଇନରେ ଟଙ୍କା ଜମା ଅଧିକ ଆୟ ପାଇଁ ଏସବୁ ଆପ୍ ବିଶିଷ୍ଟ ବ୍ୟକ୍ତି ଓ ସେଲିବ୍ରିଟିଙ୍କ ଏଡିଟ୍ ଫଟୋକୁ ବ୍ୟବହାର କରୁଥିଲେ । ଅମିତାଭ ବଚନ, ମୁକେଶ ଅମ୍ବାନୀ, ରତନ ଟାଟା, ସଚିନ ତେନ୍ଦୁଲକର, ପ୍ରସିଦ୍ଧ ୟୁଟ୍ୟୁବର ଟେକ୍ନିକାଲ୍ ଗୁରୁଜୀଙ୍କ ଫଟୋକୁ ଏଡିଟ୍ କରିବା ସହ ଟାଟା କମ୍ପାନୀର ଲୋଗୋକୁ ବ୍ୟବହାର କରି ସୋସିଆଲ୍ ମିଡିଆରେ ସେୟାର କରୁଥିଲେ ।

ଏହା ପୂର୍ବରୁ ଇଓଡବ୍ଲୁ ଏଭଳି ଠକେଇ କରୁଥିବା ଜଏନ୍ ଟ୍ରେଡ୍ ଆପ୍ ଫାଇନିନ୍ସିଆଲ୍ ଗ୍ରୋଥର ପର୍ଦ୍ଦାଫାସ୍ କରିଥିଲା । ଉକ୍ତ ଆପ୍ ଅକ୍ଷୟ କୁମାର ଓ ମନୀଷ ପାଉଲଙ୍କ ଏଡିଟେଡ୍ ଫଟୋ ବ୍ୟବହାର କରି ଲୋକଙ୍କ ବିଶ୍ୱାସ ଭାଜନ ହେଉଥିଲା ।

ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଏହି ଆପ୍ ଗୁଡ଼ିକ ନିମ୍ନ ମଧ୍ୟବିତ୍ତଙ୍କୁ ଟାର୍ଗେଟ୍ କରୁଛନ୍ତି । ସ୍ୱଳ୍ପ ସମୟରେ ଅଧିକ ଆୟ ପାଇଁ ଛାତ୍ରଛାତ୍ରୀ ମଧ୍ୟ ଆପ୍ ବ୍ୟବହାର କରୁଥିଲେ । ତେବେ ଥରେ ଟଙ୍କା ଜମା ପରେ ଉଠାଣ କରି ହେଉ ନଥିଲା । ନିୟମିତ ସମୟ ବ୍ୟବଧ୍ୟାନରେ ୟୁପିଆଇ ଆଇଡି ବଦଳୁଥିଲା । ଆଉ ଉକ୍ତ ଆକାଉଣ୍ଟ ଗୁଡ଼ିକ ବିଭିନ୍ନ ସେଲ୍ କମ୍ପାନୀ ଓ ବ୍ୟକ୍ତି ବିଶେଷଙ୍କ ନାଁରେ ଥିବା ଜଣାପଡ଼ିଛି ।

ଉକ୍ତ ଆକାଉଣ୍ଟ ଗୁଡ଼ିକରେ ୧ ହଜାର କୋଟିରୁ ଅଧିକ ଦେଣନେଣ ହୋଇଥିବା ଇଓଡବ୍ଲୁ ସନ୍ଦେହ କରୁଛି । ଏସବୁ ଆକାଉଣ୍ଟରେ ଅନଲାଇନ୍ ଟଙ୍କା ଜମା ସ୍କାମ୍ ସହ ଅନ୍ୟ ଋଣ ସ୍କାମ, କୋରିଅର ସ୍କାମ, ୱାର୍କ ଫର୍ମ ହୋମ୍ ସ୍କାମ୍ ହେଉଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.