Latest Odisha News

BREAKING NEWS

ରାଜ୍ୟରେ ପୁଣିଥରେ ହ୍ରାସ ପାଇଲା ବସ ଭଡା

ଭୁବନେଶ୍ୱର : ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯାତ୍ରୀ ବସ୍ ଭଡା ହ୍ରାସ ପାଇବା ନେଇ ବୁଧବାର ଘୋଷଣା ହୋଇଛି। ଡିଜେଲ ଦର କମିବା ପରେ ବସ ଭଡା କମିଥିବା ନେଇ ଜଣାପଡିଛି ।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ବସ ଓ ଏକ୍ସପ୍ରେସ ବସ ଭଡା ୨ ପଇସା ହ୍ରାସ ହୋଇଥିବାବେଳେ ଡିଲକ୍ସ ଓ ଏସି ବସ୍ ଯାତ୍ରୀ ଭଡା ୪ ପଇସା କମ୍ ହୋଇଛି।

ରାଜ୍ୟ ପରିବହନ କମିଶନରଙ୍କ ସୂଚନା ଅନୁଯାୟୀ ସାଧାରଣ ବସ ଭଡା କିଲୋମିଟର ପିଛା ପୂର୍ବରୁ କିଲୋମିଟର ପିଛା ୭୦ ପଇସା ଦେବାକୁ ପଡୁଥିଲା ବେଳେ ଏବେ ୬୮ ପଇସା ଦେବାକୁ ପଡିବ । ଏକ୍ସପ୍ରେସ ବସ୍ ଭଡା କିଲୋମିଟର ପିଛା ୭୩ ପଇସାରୁ ହ୍ରାସ ପାଇ ୭୧ପଇସାରେ ପହଞ୍ଚିଛି।

ଅନ୍ୟପକ୍ଷରେ ଡିଲକ୍ସ ବସ ଭଡା ୧.୦୧ପଇସା ରୁ ହ୍ରାସ ପାଇ ୯୭ ପଇସା ହୋଇଛି । ସେହିପରି ଏସି ଡିଲକ୍ସର କିଲୋମିଟର ପିଛା ୧.୨୩ ପଇସା ଦେବାକୁ ପଡୁଥିବାବେଳେ ଭଡା କମ୍ ହୋଇ ଏବେ ୧.୧୯ପଇସା ରେ ପହଞ୍ଚିଛି।

ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ନଭେମ୍ବର ୨୮ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ବସ ଭଡା ହ୍ରାସ କରାଯାଇଥିଲା । ଏହା ଦ୍ୱାରା ବସରେ ଗମନାଗମନ କରୁଥିବା ଲକ୍ଷାଧିକ ଯାତ୍ରୀ ଉପକୃତ ହେବେ।

Leave A Reply

Your email address will not be published.