Latest Odisha News

BREAKING NEWS

ମ୍ୟାଟ୍ରିକ୍ ଓ +୨ ଲାଗି ଗୋଟିଏ ବୋର୍ଡ଼ ସ୍ଥାପନ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତିର ପ୍ରସ୍ତାବିତ ଚିଠା ଅନୁଯାୟୀ, ଓଡ଼ିଶା ସରକାର ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପରି ଦୁଇଟି ଶିକ୍ଷା ପରିଷଦକୁ ମିଶ୍ରଣ କରି ଗୋଟିଏ ବୋର୍ଡ଼ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏଠାରେ ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ଜାତୀୟ ଶିକ୍ଷା ନୀତି କର୍ମଶାଳାରେ ଯୋଗଦେବା ଅବସରରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର ସୂଚନାଦେଇ କହିଛନ୍ତି, ଗୋଟିଏ ସିଙ୍ଗଲ୍ ବୋର୍ଡ଼ ଗଠନ ହୋଇ ଏହାଦ୍ୱାରା ନବମ ଶ୍ରେଣୀ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ପରିଚାଳିତ ହେବ । ଏଥିସହିତ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ସହିତ +୨ ପରୀକ୍ଷା ଗୁଡ଼ିକ ଏହି ସିଙ୍ଗଲ୍ ବୋର୍ଡ଼ ଦ୍ୱାରା ହିଁ ପରିଚାଳିତ ହେବ । ଏସମ୍ପର୍କୀତ ଏକ ଚୂଡ଼ାନ୍ତ ପ୍ରସ୍ତାବ କେନ୍ଦ୍ରକୁ ଯଥାଶିଘ୍ର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମାଧ୍ୟମିକ ସ୍ତରରେ ସେମିଷ୍ଟର୍ ପରୀକ୍ଷା ପରିଚାଳନା କରିବା ନେଇ କେନ୍ଦ୍ରର ପ୍ରସ୍ତାବ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ଏହା ପରୀକ୍ଷା ପରିଚାଳନାରେ ବ୍ୟାପକ ବ୍ୟାଘାତ ସୃଷ୍ଟି କରିପାରେ । ଏହା ନ’କରି ମାଧ୍ୟମିକ ସ୍ତରରେ ପରୀକ୍ଷା ପରିଚାଳନା କରିବା ସମ୍ପର୍କୀତ ଏକ ପ୍ରସ୍ତାବ କେନ୍ଦ୍ରକୁ ଖୁବ୍ ଶିଘ୍ର ଦିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.