Latest Odisha News

BREAKING NEWS

ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଶା ହକି ତାରକା ସୁନିତା ଲାକ୍ରା

ରାଉରକେଲା: ମହିଳା ଅଲିମ୍ପିଆନ ଏବଂ ଭାରତୀୟ ମହିଳା ଜାତୀୟ ହକି ଦଳର ପୂର୍ବତନ ଅଧିନାୟିକା ତଥା ଓଡ଼ିଶାର ଜଣାଶୁଣା ହକି ତାରକା ସୁନିତା ଲାକ୍ରା ଶୁକ୍ରବାର ଦିନ ଏକ ଚର୍ଚ୍ଚରେ ସୁମନ ଦୀପକ ଟପ୍ପୋଙ୍କୁ ବିବାହ କରିଛନ୍ତି ।

ସେମାନେ ଶୁକ୍ରବାର ଦିନ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରସ୍ଥିତ ଏକ ଚର୍ଚ୍ଚରେ ବିବାହ କରିଛନ୍ତି ।

ରାଉରକେଲାଠାରେ ଓଡ଼ିଶା ରିଜର୍ଭ ପୋଲିସରେ କାର୍ଯ୍ୟରତ ଦୀପକଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ସୁବଡ଼େଗା ବ୍ଲକର କିରଲଗା ଗ୍ରାମରେ ।

ଏହି ଆଡ଼ମ୍ବରପୂର୍ଣ୍ଣ ବିିବାହ ଉତ୍ସବରେ ବହୁ ବିଶିଷ୍ଟ ତଥା ଆନ୍ତର୍ଜାତୀକ ହକି ତାରକା ଯୋଗଦେବା ସହିତ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିବା ସହିତ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହି ବିବାହ ଉତ୍ସବରେ ବିଶିଷ୍ଟ ଖେଳାଳିମାନଙ୍କ ମଧ୍ୟରେ ଅମିତ ରୋହିଦାସ, ଅଲିମ୍ପିଆନ ନମିତା ଟପ୍ପୋ, ଲିଲିମା ମିଞ୍ଜ, ଲାଜରୁସ ବାର୍ଲା, ରୋଜାଲିନ ଡୁଙ୍ଗଡୁଙ୍ଗ, ଗ୍ଲୋରିଆ ଡୁଙ୍ଗଡୁଙ୍ଗ, ଷ୍ଟେନଲି ଭିକ୍ଟର ମିଞ୍ଜ ତଥା ସୁଶୀଲା ଚାନୁ ଉପସ୍ଥିତ ଥିଲେ ।

ସୁନୀତା ୨୦୦୯ ମସିହାରେ ତାଙ୍କର ହକି ଜୀବନ ଆରମ୍ଭ କରିବା ସହିିତ ଭାରତୀୟ ମହିଳା ହକି ଦଳର ମେରୁଦଣ୍ଡ ସଦୃଶ ଜାତୀୟ ଟିମ୍ ସହିତ ରହିଆସିଛନ୍ତି । ଓଡ଼ିଶାର ଏହି ଦକ୍ଷ ହକି ଖେଳାଳି କୋରିଆରେ ଅନୁଷ୍ଠିତ ହୋଇଥିବା ଏସିଆନ ଚାମ୍ପିୟନ୍ସିପ ଟ୍ରଫି ଭାରତୀୟ ୧୮ ଜଣିଆ ଦଳରେ ସ୍ଥାନ ପାଇଥିଲେ । ସେ ୨୦୧୭ ମସିହାରେ ଦେଶ ଲାଗି ୧୦୦ଟି ଆନ୍ତର୍ଜାତୀକ ହକି ମ୍ୟାଚ ଖେଳିପାରି ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କରିଛନ୍ତି ।

Leave A Reply

Your email address will not be published.