Latest Odisha News

BREAKING NEWS

ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‌୍ୟାଙ୍କକୁ ଉନ୍ନିତ ହେଲେ ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମା

ଭୁବନେଶ୍ୱର: ଓଡ଼ିଶା ସରକାର ଦୁଇଜଣ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମାଙ୍କର ପଦୋନ୍ନତି କରିଛନ୍ତି । ଆଇଏଏସ ଅଧିକାରୀ ପ୍ରଦୀପ ଜେନା ଓ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‌୍ୟାଙ୍କକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଏକ ବିଜ୍ଞପ୍ତିରୁ ସୂଚନା ମିଳିଛି ଯେ, ଶ୍ରୀ ଜେନା ସରକାରଙ୍କ ଗ୍ରାମ୍ୟ ବିକାଶ ବିଭାଗ ଲାଗି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ ସ୍ୱତନ୍ତ୍ର ରିଲିଫ କମିଶନ ଏବଂ ଓଡ଼ାମାର ଏମଡ଼ି ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ।

ଶ୍ରୀ ଜେନା ଯିଏକି ୧୯୮୯ ବ୍ୟାଚର ଜଣେ ଆଇଏଏସ ଅଧିକାରୀ ସେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ବିକାଶ ବିଭାଗ ଲାଗି ପ୍ରମୁଖ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଭାବେ ଦାୟିତ୍ୱରେ ରହିଛନ୍ତି ।

ଶ୍ରୀମତୀ ମୋନା ଶର୍ମା ଯିଏକି ୧୯୮୯ ବ୍ୟାଚର ଜଣେ ଆଇଏଏସ ଅଧିକାରୀ ସେ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିକାଶ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ମଧ୍ୟ ଏଥିସହିତ ଓଏଫଡ଼ିସି ଲିଃର ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି । ଏବେ ସେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିକାଶ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହି ବିଜ୍ଞପ୍ତି ଅନୁଯାୟୀ ପରାଗ ଗୁପ୍ତାଙ୍କୁ ମଧ୍ୟ ପଦୋନ୍ନତି କରାଯାଇଛି ।

Leave A Reply

Your email address will not be published.