Latest Odisha News

BREAKING NEWS

ସର୍ବିୟା ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କଲେ ହାର୍ଦ୍ଦିକ

ଭାରତୀୟ କ୍ରିକେଟର ଯୁବ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ନିଜସ୍ୱ ଶୈଳୀରେ ଚଳିତ ନୂଆବର୍ଷ ପାଳନ କରିଛନ୍ତି ।

ଏହି ପ୍ରତିଭାବନ ଅଲରାଉଣ୍ଡର ଜଣକ ସର୍ବିୟାର ଅଭିନେତ୍ରୀ ନତାଶା ଷ୍ଟାଙ୍କୋଭିଚଙ୍କ ସହ ଫଟୋ ଉଠାଇ ଇନଷ୍ଟ୍ରାଙ୍ଗାମରେ ଶେୟାର କରିଛନ୍ତି । ନଚ ବଲିୟେ ଟିଭି ସିରିୟଲରେ ଏହି ଅଭିନେତ୍ରୀ ଜଣକଙ୍କ ଅଂଶ ଗ୍ରହଣ କରିଥିଲେ । ଫଟୋ ଶେୟାର କରି ତାଙ୍କ ପାଇଁ ହାର୍ଦ୍ଦିକ ଦର୍ଶକଙ୍କୁ ଭୋଟ ମାଗିଥିଲେ।

ଗତବର୍ଷ ବିଶ୍ୱକପ ଅବସରରେ ହାର୍ଦ୍ଦିକ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ଲଣ୍ଡନର ଏକ ଡାକ୍ତରଖାନାରେ ସେ ଚିକିତ୍ସିତ ହୋଇଥିଲେ । ସୁସ୍ଥ ହେବା ପରେ ତାଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରେ ଯାଉଥିବା ଭାରତ ଏ’ ଦଳରେ ସାମିଲ କରାଯାଇଛି ।

ଏହି ଦଳରେ ପୃଥ୍ୱୀ ଶ, ମୟଙ୍କ ଅଗ୍ରୱାଲ, ରବିଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବଙ୍କ ପରି ଖେଳାଳି ସ୍ଥାନ ପାଇଛନ୍ତି ।

 

Leave A Reply

Your email address will not be published.