Latest Odisha News

ଗୋବିନ୍ଦଙ୍କ ଶତକ, ଓଡିଶା ୩୨୫ ରନରେ ଅଗ୍ରଣୀ

ଶିଲଂ: ଗୋବିନ୍ଦ ପୋଦ୍ଦାରଙ୍କ ଆକର୍ଷଣୀୟ ଶତକ ସହାୟତାରେ ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟରେ ମେଘାଳୟ ବିପକ୍ଷରେ ଓଡିଶା ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୩୨୫ ରନର ଅଗ୍ରଣୀ ହାସଲ କରିନେଇଛି । ମେଘାଳୟର ପ୍ରଥମ ଇନିଂସ ସ୍କୋର ୧୯୮ ରନ ଜବାବରେ ଓଡିଶା ୭ ୱିକେଟ ହରାଇ ୫୨୩ ରନ ସଂଗ୍ରହ କରିନେଇଛି । ଷ୍ଟମ୍ପସ ଅପସାରଣ ବେଳକୁ ରାଜେଶ ଧୂପର ୮୦ ଓ ସୁନୀଲ ରାଉଳ ୪ ରନ କରି ଅପରାଜିତ ଅଛନ୍ତି । ଗୋବିନ୍ଦ ୧୨୧ ରନର ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱସ୍ତିକ ସାମଲ ୮୦, ସନ୍ଦୀପ ପଟ୍ଟନାୟକ ୭୮ ଓ କାର୍ତିକ ବିଶ୍ୱାଳ ୬୮ ରନ କରିଥିଲେ । ମେଘାଳୟ ପକ୍ଷରୁ ନଫୀସ ସିଦ୍ଦିକ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଛନ୍ତି ।

ପୂର୍ବରୁ ତାପସ ଦାସଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଓଡିଶା ମାତ୍ର ୧୯୮ ରନରେ ବିପକ୍ଷ ଦଳକୁ ଅଲଆଉଟ କରିଥିଲା । ତାପସ ପଦାର୍ପଣ ମ୍ୟାଚରେ ୬ଟି ୱିକେଟ ଅକ୍ତିଆର କରିଥିଲେ । ସୁନୀଲ ରାଉଳ ୩ଟି ଓ ସୁମିତ ଶର୍ମା ଗୋଟିଏ ୱିକେଟ ନେଇଥିଲେ । କ୍ରମାଗତ ଖରାପ ପ୍ରଦର୍ଶନ ପରେ ଏହି ମ୍ୟାଚରେ ଓଡିଶାର ବ୍ୟାଟ୍ସମ୍ୟାନମାନେ ଦଳଗତ ପ୍ରଦର୍ଶନ କରିଥିଲେ । ହାତରେ ଆଉ ୨ ଦିନ ଖେଳ ବାକିଥିବାରୁ ଓଡିଶା ଏହି ମ୍ୟାଚରେ ବିଜୟ ହାସଲ କରି ସ୍ଥିତି ମଜଭୁତ କରିବାକୁ ଚାହିଁବ ।

Comments are closed.