Latest Odisha News

କାମ ଦେବ କି ଟ୍ରମ୍ପଙ୍କ ଧମକ, ୧୦୦ ଦିନରେ ବନ୍ଦ ହେବ ରୁଷ-ୟୁକ୍ରେନ ଯୁଦ୍ଧ ?

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଶାସିତ ଛୋଟ ଦେଶମାନଙ୍କରେ ଚିନର ବିସ୍ତାର ଉପରେ ରୋକ ଲଗାଇବାକୁ ଚାହୁଁଛି। ରୁଷ ଉପରେ ୟୁକ୍ରେନର ଯୁଦ୍ଧକୁ ବନ୍ଦ କରିବାକୁ ଚାହୁଁଛି। ଏହା ସହିତ ଦୁନିଆରେ ଆମେରିକାକୁ ସର୍ବଶ୍ରେଷ୍ଠ ରାଷ୍ଟ୍ର କରିବାକୁ ମଧ୍ୟ ଚାହୁଁଛି । ଏପରିକି କାନାଡାରୁ ଆରମ୍ଭ କରି ପାନାମା କେନାଲ ପର୍ଯ୍ୟନ୍ତ ୟୁଏସ କବଜା କରିବାକୁ ଲକ୍ଷ ରଖିଛି। ଏହାରି ଭିତରେ ରୁଷକୁ ଧମକ ଦେଇଛି ଆମେରିକା। ତେବେ ଏହାର ପରିଣାମ କ’ଣ ହେବ ଏହା ଉପରେ ସାରା ବିଶ୍ଵର ନଜର ରହିଛି। କ’ଣ ଟ୍ରମ୍ପଙ୍କୁ ମିଳିବ ସଫଳତା ?

ଦ୍ଵିତୀୟ ବାର ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ସମୟରେ ଆମେରିକାବାସୀ ନବରାଷ୍ଟ୍ରବାଦୀ ହେବାକୁ ଆହ୍ବାନ କରିଥିଲେ ଟ୍ରମ୍ପ । ଏହି ସମୟରେ ରୁଷ-ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ ମଧ୍ୟରେ ସମାପ୍ତ କରିବାକୁ ସେ ଦିଗରେ କାମ କରିବେ ବୋଲି କହିଥିଲେ। ଏପରିକି ସେ ଏହି କାମ ପାଇଁ ଆଗାମୀ ଦିନରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ।

ଅନ୍ୟପଟେ ଟ୍ରମ୍ପଙ୍କ ଶପଥ ନେବାର ୪ ଦିନ ପରେ ମଧ୍ୟ ରୁଷ – ୟୁକ୍ରେନ ଯୁଦ୍ଧ ସମାପ୍ତି ନେଇ କୌଣସି ସଙ୍କେତ ମିଳିନାହିଁ। ଏବେ ସୁଦ୍ଧା ଦୁଇ ଦେଶ ମଧ୍ୟରେ ହମଲା ଜାରି ରହିଛି। ଏହି ପ୍ରସଙ୍ଗରେ ଯୁଦ୍ଧ ବିରାମ ପାଇଁ ୧୦୦ ଦିନର ପ୍ଲାନ ତିଆରି କରିଛନ୍ତି ଟ୍ରମ୍ପ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଟ୍ରମ୍ପଙ୍କୁ ଯୁଦ୍ଧ ବନ୍ଦ ପାଇଁ ସହମତି ଦେଇଛନ୍ତି। ଯୁଦ୍ଧର ମୂଳ ସମସ୍ୟାକୁ ଦୂର କଲେ ଏହାର ସମାଧାନ ବାହାରି ପାରିବ ବୋଲି ସେ କହିଛନ୍ତି। ଏହାର ଅର୍ଥ ସର୍ତ୍ତ ଅନୁସାରେ ଟ୍ରମ୍ପଙ୍କୁ ସହମତି ଦେଇଛନ୍ତି ପୁଟିନ। କିନ୍ତୁ କ’ଣ ସର୍ତ୍ତ ରହିଛି ସେ ତାହା ପ୍ରକାଶ କରି ନାହାନ୍ତି। ପୁଟିନ ଏହି ମାମଲାରେ ସ୍ପଷ୍ଟ ସୂଚନା ନଦେବାରୁ ବୁଝାମଣା ସମ୍ପର୍କରେ କହିଛନ୍ତି ଟ୍ରମ୍ପ। ସେ କହିଛନ୍ତି, ଯୁଦ୍ଧ ସମାପ୍ତ ପାଇଁ ବୁଝାମଣା ନହେଲେ ସେ ଆମେରିକା ଓ ଆମେରିକାକୁ ସମର୍ଥନ କରୁଥିବା ଦେଶରେ ରୁଷ ସାମଗ୍ରୀକୁ ବ୍ୟାନ କରିବେ।

Comments are closed.