Latest Odisha News

BREAKING NEWS

ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ୍

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଏପରିକି ଚଳିତ ଥର ପାଖାପାଖି ୫.୩୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ bseodisha.nic.in, orissaresults.nic.in. ୱେବସାଇଟରେ ଚେକ୍ କରିପାରିବେ । ଇଣ୍ଡିଆନ୍ ଏକ୍ସ୍ରପସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ରେଜଲ୍ଟ ଜୁଲାଇ ୨୭ ତାରିଖରେ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।

ଚଳିତ ଥର ଫେବୃଆରୀ ୧୯ରୁ ମାର୍ଚ୍ଚ ଦୁଇ ତାରିଖ ଯାଏଁ ମାଟ୍ରିକ୍ ପରୀକ୍ଷା ଜାରି ରହିଥିଲା । ହେଲେ ମହାମାରୀ କରୋନା ଭାଇରସ୍ ଯୋଗୁଁ ଜାରି ଲକଡାଉନ୍ ଫଳରେ ମାଟ୍ରିକ୍ ଖାତା ମୂଲ୍ୟାଙ୍କନରେ ସାମାନ୍ୟ ସମସ୍ୟା ଉପୁଜିଥିଲା । ତଥାପି ଜୁନ୍ ସୁଦ୍ଧା ବୋର୍ଡ ପକ୍ଷରୁ ଖାତା ମୂଲ୍ୟାଙ୍କନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥିଲା ।

ସେହିପରି ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ଅଗଷ୍ଟ ମାସରେ ପ୍ରକାଶ ପାଇବ ଆଧିକାରୀକ ସୁତ୍ରରୁ ଜଣାପଡିଥିଲା । ଏପରିକି +୨ର ବାକି ଥିବା କିଛି ପରୀକ୍ଷାକୁ ବାତିଲ୍ ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.