Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଛାତ୍ର ଛାତ୍ରୀ: ସୁରକ୍ଷିତ ଫେରାଇ ଆଣିବାକୁ ଅନୁରୋଧ

ଭୁବନେଶ୍ୱର: ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ର ଏବେ ୟୁକ୍ରେନରେ ଫସି ରହିଛନ୍ତି । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ଫଳରେ ସେଠାରେ ଫସିଯାଇଛନ୍ତି କିଛି ଓଡ଼ିଆ ଛାତ୍ର ।

ୟୁକ୍ରେନରେ ଫସିଛନ୍ତି କଟକ ପୁଅ ଆର୍ଯ୍ୟମାନ ଅଭିଷେକ । ସୁରକ୍ଷା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ । ୬ ବର୍ଷ ଧରି ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ଆର୍ଯ୍ୟମାନ । ତେବେ ଆର୍ଯ୍ୟମାନଙ୍କୁ ସୁରକ୍ଷାର ସହ ଘରକୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି ବାପା ମାଆ । ଗତକାଲି ଫୋନରେ କଥା ହୋଇଥିଲେ ଆର୍ଯ୍ୟମାନ । ଆଉ ସ୍ଥିତି ଗମ୍ଭୀର ହେଉଥିବା ନେଇ ମଧ୍ୟ କହିଥିଲେ । ତେବେ ବର୍ତ୍ତମାନ ଯୁଦ୍ଧ ସ୍ଥିତି ଗମ୍ଭୀର ହେବାରୁ ପୁଅର ସୁରକ୍ଷା ପାଇଁ ଚିନ୍ତାରେ ପୁରା ପରିବାର।

ସେହିଭଳି ୟୁକ୍ରେନରେ ପୁରୀର ଜଣେ ମେଡିିକାଲ ଛାତ୍ରୀ ଚନ୍ଦ୍ରିକା ମିଶ୍ର ଫସି ରହିଛନ୍ତି। ଛାତ୍ରୀ ଜଣକ ୫ବର୍ଷ ହେଲା ସେଠାରେ ଡାକ୍ତରୀ ପଢୁଥିଲେ। ପରିବାର ଲୋକେ ତାଙ୍କ ସହିତ ଯୋଗା ଯୋଗ କରିଥିବା ବେଳେ କିଭଳି ସେଠାରୁ ଫେରିବେ ସେ ନେଇ ଚିନ୍ତା ରେ ପଡିଛନ୍ତି। ତାଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ପରିବାର ଲୋକେ ଅନୁରୋଧ କରିଛନ୍ତି।

ସେହିପରି ଢ଼େଙ୍କାନାଳ ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଫସିରହିଛନ୍ତି ।  ତିନି ମାସ ତଳେ ସେ ଏମବିବିଏସ ପଢିବାକୁ ଭିନିସ୍ତା ନ୍ୟାସନାଲ ୟୁନିଭରସିଟିରେ ନାଁ ଲେଖାଇଥିଲେ । ତେବେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ, ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି ପରିବାର ଲୋକ । ସୁପ୍ରିତ ପରିବାର ଲୋକଙ୍କ ସହ ଲଗାତାର ଯୋଗାଯୋଗରେ ଥିବା ବେଳେ, ପ୍ରତ୍ୟାବର୍ତ୍ତନ ନେଇ ଏଯାଏ କିଛି ବ୍ୟବସ୍ଥା ହୋଇପାରିନି ।

ତେବେ ବର୍ତ୍ତମାନ ପରିସ୍ଥିତିରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତୀୟଙ୍କ ସୁରକ୍ଷା ଦିଗରେ ଉଠିଛି ବଡ଼ ପ୍ରଶ୍ନ ।

Comments are closed, but trackbacks and pingbacks are open.